fbpx

ଭାରତୀୟ କମ୍ପାନୀ ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସଡର ହେଲେ ଟେନିସ ତାରକା ରାଫେଲ ନାଡାଲ

ନୂଆଦିଲ୍ଲୀ: ଟେନିସ୍ ଦୁନିଆର ଷ୍ଟାର୍ ଖେଲାଳି ରାଫେଲ୍ ନାଡାଲ ଭାରତୀୟ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ବ୍ରାଣ୍ଡ ଆମ୍ବାସଡର ହେବାକୁ ଚୁକ୍ତି କରିଛନ୍ତି । ଇନ୍‌ଫୋସିସ୍ ଷ୍ଟକ୍ ଏକ୍ସଚେଞ୍ଜ ପାଖରେ ଏ ବିଷୟରେ ସୂଚନା ଦାଖଲ କରିଛି । ଏହା ସହିତ ରାଫେଲ ନାଡାଲ ମଧ୍ୟ ଏକ ଭିଡିଓ ପୋଷ୍ଟ କରି ଏହି ଘୋଷଣା କରିଛନ୍ତି । ନାଡାଲଙ୍କ ସହିତ ଇନ୍‌ଫୋସିସ୍ ଏକ ୩ ବର୍ଷିୟ ଚୁକ୍ତି କରିଛି । ଇନ୍‌ଫୋସିସ୍ କହିଛି ଯେ, ନାଡାଲ ବ୍ରାଣ୍ଡ ଏବଂ ଡିଜିଟାଲ ଇନୋଭେସନ୍‌ର ଆମ୍ବାସଡର ହେବେ ।

କ୍ରମାଗତ ୨୦୯ ସପ୍ତାହ ପାଇଁ ସ୍ପେନର ୩୭ ବର୍ଷିୟ ରାଫେଲ ନାଡାଲ ଏଟିପି ର଼୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହିଥିଲେ । ସେ ୧୪ ଟି ଫ୍ରେଞ୍ଚ ଓପନ୍ ଟାଇଟଲ୍ ସହିତ ୨୨ ଟି ଗ୍ରାଣ୍ଡ ସ୍ଲାବ ଟୁର୍ନାମେଣ୍ଟ ଜିତିଛନ୍ତି । ଗତ ଦଶନ୍ଧି ଧରି ରାଫେଲ ନାଡାଲ ରୋଜର ଫେଡେରରଙ୍କ ସହ ଟେନିସ ଜଗତରେ ନିଜର ଧାକ୍ ଜମାଇଥିଲେ । ଇନଫୋସିସ୍ ସହିତ ଏହି ଚୁକ୍ତି ପରେ ରାଫେଲ ନାଡାଲ କହିଛନ୍ତି, “ମୁଁ ଇନଫୋସିସ୍ ସହିତ ଆମ୍ବାସଡର ଭାବରେ କାର୍ଯ୍ୟ କରି ବହୁତ ଖୁସି, କାରଣ ସେମାନେ କେବଳ ବିକାଶ ପାଇଁ କାମ କରନ୍ତି ନାହିଁ, ବରଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମ ସମ୍ପ୍ରଦାୟର ଲୋକଙ୍କୁ ସଶକ୍ତିକରଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରନ୍ତି । ସେ କହିଛନ୍ତି ଯେ ଗ୍ଲୋବାଲ ଟେନିସରେ ଇନଫୋସିସ୍ ଏହାର ଡିଜିଟାଲ୍ ଜ୍ଞାନକୌଶଳ ଆଣିଛି । ସେ କହିଛନ୍ତି ଯେ ଇନଫୋସିସ୍ କୋଟି କୋଟି ପ୍ରଶଂସକଙ୍କ ପାଇଁ ଟେନିସ୍ ଅଭିଜ୍ଞତାକୁ ପରିବର୍ତ୍ତନ କରିଛି ଏବଂ ଆନାଲିଟିକ୍ସ ସହିତ ସମସ୍ତ ଖେଳାଳିଙ୍କୁ ପ୍ରକୃତରେ ସଶକ୍ତ କରିଛି ଯାହା କିଛି ବର୍ଷ ପୂର୍ବେ କେବଳ ସ୍ୱପ୍ନ ଦେଖୁଥିଲେ।”

ଇନଫୋସିସ୍ ସିଇଓ ତଥା ଏମଡି ସଲିଲ ପାରିକ୍ କହିଛନ୍ତି ଯେ ବିଶ୍ୱର ସମ୍ମାନିତ ଚାମ୍ପିଅନ୍ ଆଥଲେଟ୍ ତଥା ରାଫେଲ ନାଡାଲଙ୍କୁ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଭାବରେ ସ୍ୱାଗତ କରିବା ଆମ ପାଇଁ ଗର୍ବର ବିଷୟ । ଏହା ସହିତ ଇନଫୋସିସ୍ ପକ୍ଷରୁ କୁହାଯାଇଛି ଯେ, ଏଟିପି ଟୁର୍‌, ରୋଲାଣ୍ଡ-ଗାରୋସ୍‌, ଅଷ୍ଟ୍ରେଲିୟ ଓପନ୍ ଏବଂ ଆନ୍ତର୍ଜାତୀୟ ଟେନିସ୍ ହଲ୍ ଅଫ୍ ଫେମ୍ ଡିଜିଟାଲ୍ ଇନୋଭେସନ୍ ପାର୍ଟନର ଭାବରେ ବ୍ରାଣ୍ଡ୍ ଇନଫୋସିସ୍ ଏନି, କ୍ଲାଉଡ୍‌, ଡାଟା ଆନାଲିଟିକ୍ସ ଏବଂ ଡିଜିଟାଲ୍ ଅନୁଭୂତି ମାଧ୍ୟମରେ ଟେନିସ୍ ଇକୋସିଷ୍ଟମକୁ ବିଶ୍ୱର କୋଟି କୋଟି ପ୍ରଶଂସକଙ୍କ ନିକଟକୁ ଆଣିଛି ।

Get real time updates directly on you device, subscribe now.