fbpx

ବାହାଘର ପାର୍ଟିରେ ନାଚୁଥିଲେ ବର-କନିଆ: ଅଚାନକ୍ ଝଡ଼ ଆସିବାରୁ ଧରାଶାୟୀ ହେଲା ଟେଣ୍ଟ (ଦେଖନ୍ତୁ Video)

ରୁଦ୍ରପୁର: ଚାଲିଥିଲା ୨ ଭାଇଙ୍କ ବାହାଘରର ପାର୍ଟି, ଜମିଥିଲା ନାଚଗୀତର ଆସର । କିନ୍ତୁ ସବୁକିଛି ମାଟିରେ ମିଶାଇ ଦେଲା ଭୟଙ୍କର ଝଡ଼ । ଅଚାନକ୍ ଆସିଥିବା ଝଡ଼ ଯୋଗୁଁ ବାହାଘର ପାର୍ଟିରେ ହଇଚଇ ସୃଷ୍ଟି ହୋଇଥିଲା । ଝଡ଼ ଯୋଗୁଁ ଅନେକ ଲୋକ ଆହତ ହୋଇଥିବା ବେଳେ କିଛି ଲୋକ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରାଖଣ୍ଡ ଉଧମସିଂହନଗରର ଶାନ୍ତିିପୁରୀରେ ଘଟିଛି ।

ତେବେ ଝଡ଼ ଯୋଗୁଁ ମାଟିରେ ମିଶିଥିବା ଟେଣ୍ଟ ତଳେ ଚାପିହୋଇଥିବା ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା । ଦୁର୍ଘଟଣାରେ ପ୍ରାୟ ୫ ଜଣଙ୍କର ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କ ମଧ୍ୟରେ ଜଣେ ମହିଳାଙ୍କ ବେକରେ ଆଘାତ ଲାଗିଥିବା ଜଣାପଡିଛି ।

ମେ’ ୧୨ ତାରିଖ ରାତିରେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଛି କି, ବର-କନିଆ ଡିଜେର ଗୀତରେ ନାଚୁଥିଲେ । ଠିକ୍ ସେତିକିବେଳେ ପାର୍ଟି ଭିତରେ ଏଣ୍ଟ୍ରି ମାରିଲା ଝଡ଼ । ଝଡ଼ ଯୋଗୁଁ ମଡ଼ ମଡ଼ ହୋଇ ଟେଣ୍ଟଟି ଲୋକଙ୍କ ଉପରକୁ ଖସିପଡ଼ିଥିଲା । ତଳେ ଚାପିହେବାରୁ ଅନେକ ଲୋକ ଆହତ ହୋଇଥିଲେ ।’

ଦୁଭାଗ୍ୟବଶତଃ ଏଭଳି ଏକ ଘଟଣା ରାମନଗରରେ ବି ହୋଇଥିଲା, ଯେଉଁଠାରେ ଷ୍ଟେଜ୍ ଖସିପଡ଼ିବାରୁ ପ୍ରାୟ ୨ ଡଜନ୍ ଲୋକେ ଚାପିହୋଇଥିଲେ ଓ ୮ ଜଣ ଗୁରୁତର ହୋଇଥିଲେ ।

Get real time updates directly on you device, subscribe now.