fbpx

ବୋର୍ଡ ପକ୍ଷରୁ ଆସିଲା ଚିନ୍ତାଜନକ ତଥ୍ୟ: ଏଥର ନବମ ପରୀକ୍ଷା ଦେଲେନି ୧୫ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଟ୍ରିକ ପରୀକ୍ଷା ଭଳି ନବମ ପରୀକ୍ଷା ବି ଦେଲେନି ହଜାର ହଜାର ପିଲା । ଏବର୍ଷ ମୋଟ ୧୪ ହଜାର ୯୩୫ ପିଲା ନବମ ପରୀକ୍ଷା ଦେଇନାହାନ୍ତି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ରେଜଲ୍ଟରେ ସାମ୍ନାକୁ ଆସିଛି ଏହି ଚିନ୍ତାଜନକ ତଥ୍ୟ ।

ସୂଚନା ଅନୁସାରେ, ଏବର୍ଷ ମୋଟ ୫,୬୬,୨୬୯ ଛାତ୍ରଛାତ୍ରୀ ନବମ ପରୀକ୍ଷା ଦେଇଥାନ୍ତେ । କିନ୍ତୁ ମୋଟ ୫,୫୧,୩୩୪ ଜଣ ପିଲା ପରୀକ୍ଷା ଦେଇଥିଲେ । ଆଜି ପ୍ରକାଶିତ ରେଜଲ୍ଟରେ ୯୦୩୯ ପିଲାଙ୍କୁ ଏୱାନ୍ ଗ୍ରେଡ୍ ମିଳିଛି । ପରୀକ୍ଷା ଦେଇଥିବା ସମସ୍ତ ପିଲା ଦଶମକୁ ଉନ୍ନୀତ ହେବେ ବୋଲି ବୋର୍ଡ କହିଛି । ତେବେ ଏଫ(୧୧) ପାଇଥିବା ୩୦, ୧୩୮ ପିଲାଙ୍କୁ ଇମ୍ପ୍ରୁଭମେଣ୍ଟ ଟେଷ୍ଟ ଦେବାକୁ ପଡିବ ।

Get real time updates directly on you device, subscribe now.