fbpx

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରତି ମାସରେ ମିଳିବ ଅର୍ଥରାଶି: CBSE ପକ୍ଷରୁ ଆସିଲା ବଢ଼ିଆ ସ୍କଲାରସିପ୍ ସ୍କିମ୍

ନୂଆଦିଲ୍ଲୀ: ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀମାନଙ୍କ ପାଇଁ ଏକ ଭଲ ସ୍କଲାରସିପ ଯୋଜନା ଆସିଛି । ଏହି ଯୋଜନାରେ ବାଳିକାମାନଙ୍କୁ ପ୍ରତି ମାସରେ ଅର୍ଥରାଶି ପ୍ରଦାନ କରାଯିବ । ଏହି ଅର୍ଥ ରାଶି ଦୁଇବର୍ଷ ପାଇଁ ଜାରି ରହିବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଏହି ସ୍କଲାରସିପ ସୁଯୋଗ ଆସିଛି । ଅକ୍ଟୋବର ୧୪ ତାରିଖରୁ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଏଥିରେ ଆବେଦନ କରିବାକୁ ହେଲେ ଛାତ୍ରୀମାନେ ସିବିଏସଇର ଅଫିସିଆଲ ୱେବସାଇଟ ମଭଗ୍ଦର.ଶକ୍ଟଙ୍ଖ.ସଦ୍ଭ କୁ ଯାଇ ନିଜ ନିଜର ଫର୍ମ ପୂରଣ କରିପାରିବେ । ଯେଉଁମାନେ ପୂର୍ବରୁ ଏହି ଯୋଜନାର ଲାଭ ଉଠାଉଥିବେ ଏବେ ସେମାନେ ତାହାକୁ ରିନ୍ୟୁ କରିପାରିବେ । ଯେଉଁ ଛାତ୍ରୀମାନେ ଦଶମ ପାସ କରି ସାରିଥିବେ, ଏକାଦଶ ଶ୍ରେଣୀରେ ନାମ ଲେଖାଉଥିବେ ସେମାନେ ଏଥିରେ ଆବେଦନ କରିପାରିବେ । ଏହାଦ୍ୱାରା ବାଳିକାମାନଙ୍କୁ ଏକାଦଶ ଓ ଦ୍ୱାଦଶରେ ପଢ଼ିବା ସମୟରେ ପ୍ରତ୍ୟେକ ମାସରେ ୫୦୦ ଟଙ୍କା ଲେଖାଏଁ ଅର୍ଥ ଦିଆଯିବ ।

ଏହି ସ୍କଲାରସିପର ଲାଭ ଉଠାଇବାକୁ ହେଲେ କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିବ । ପ୍ରଥମ- ଛାତ୍ରୀ ଜଣଙ୍କ ସିବିଏସଇ ବୋର୍ଡରେ ପାଠ ପଢ଼ିବା ସହ ସିବିଏସଇ ୧୦ମ ପରୀକ୍ଷା ପାସ କରିଥିବେ । ଦ୍ୱିତୀୟ- ସେ ୧୦ମ ବୋର୍ଡ ପରୀକ୍ଷାରେ ଅତି କମରେ ୬୦ ପ୍ରତିଶତ ମାର୍କ ରଖିଥିବେ । ତୃତୀୟ- ଛାତ୍ରୀଙ୍କର ୧୦ମ ଶ୍ରେଣୀର ଟ୍ୟୁସନ୍ ଫିସ ମାସକୁ ୧୫୦୦ ଟଙ୍କାରୁ ଅଧିକ ହୋଇନଥିବ । ଚତୁର୍ଥ- ଛାତ୍ରୀ ଜଣଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ ହୋଇଥିବେ ।

Get real time updates directly on you device, subscribe now.