fbpx

ବିଳମ୍ବରେ ଟିକା ନେବେ ଦଶମ, ଦ୍ୱାଦଶ ପିଲା: ୮ ତାରିଖ ପରେ ଦଶମ, ୧୧ ପରେ ଦ୍ୱାଦଶ ପିଲାଙ୍କୁ ଟିକା

ଭୁବନେଶ୍ୱର: ୧୫ ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ନେଇ ସରିଲା ପ୍ରସ୍ତୁତି ବୈଠକ । ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଭର୍ଚୁଆଲ ବୈଠକରେ ଟିକାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା ଥିବାରୁ ବିଳମ୍ବରେ ଟିକା ନେବେ ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀ । ଜାନୁଆରୀ ୮ ପରେ ଦଶମ, ୧୧ ପରେ ଦ୍ୱାଦଶ ପିଲାଙ୍କୁ ଟିକା । ପ୍ରଥମ ଡୋଜରୁ ୧୮ ରୁ ୪୦ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍ ଟିକା । କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀ ୩ ମାସ ପରେ ଟିକା ନେବେ । ଟିକା ପାଇଁ ଉପଯୁକ୍ତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବେ ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକ । ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରି ସିଡିଏମଓଙ୍କ ସହ ଯୋଗାଯୋଗ କରିବେ । ୨୦୦୭ ଡିସେମ୍ବର ୩୧ ସୁଦ୍ଧା ଜନ୍ମିତ ସବୁ ପିଲା ଟିକା ନେଇପାରିବେ ।

ସୂଚନାଯୋଗ୍ୟ, ଜାନୁଆରୀ ୩ ତାରିଖ ଅର୍ଥାତ୍ ଆସନ୍ତା କାଲିଠାରୁ ଦେଶରେ ପିଲାଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି ।

Get real time updates directly on you device, subscribe now.