fbpx

ଭୟାବହ ଅଗ୍ନିକାଣ୍ଡ: ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

Advertisement

ଚାନ୍ଦବାଲି, ୯ା୧ (ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଗ୍ନିକାଣ୍ଡରେ ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଚାନ୍ଦବାଲିର ଶାସ୍ତ୍ରୀନଗର ନିକଟରେ ଥିବା ୨ଟି ଧାନ ଗୋଦାମ ଓ ଗୋଟିଏ ପାଇପ ଗୋଦାମରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ସେଠାରେ ଥିବା ସମସ୍ତ ଜିନିଷ ଜଳିଯାଇଥିଲା । ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କୌଣସି ଜିନିଷ ଉଦ୍ଧାର କରିପାରିନଥିଲେ । ଏହି ଗୋଦାମରେ ଦୁଇ ହଜାରରୁ ଅଧିକ ଧାନ ବସ୍ତା ପୋଡ଼ିଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.