fbpx

ଟାଇଟ୍ ଡ୍ରେସ୍ ପିନ୍ଧି ଘରୁ ବାହାରିବାରୁ ଗୁଳି କରି ମାରିଦେଲେ ଆତଙ୍କବାଦୀ, ଦେଶରେ ବଢ଼ିଚାଲିଛି ଅତ୍ୟାଚାର

କାବୁଲ: ଆଫଗାନିସ୍ତାନରେ ତାଲିବାନ ମାନଙ୍କ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ ଭୟାବହ ମାମଲା ସାମନାକୁ ଆସୁଛି । ଏହି କ୍ରମରେ ଜଣେ ଯୁବତୀ ଘରୁ ବାହାରକୁ ଟାଇଟ୍ ଡ୍ରେସ୍ ପିନ୍ଧି ଏବଂ ଘରର କୌଣସି ପୁରୁଷ ଲୋକଙ୍କୁ ସାଙ୍ଗରେ ନ ନେଇ ବାହାରକୁ ବାହାରିବାରୁ ତାକୁ ମାରିଦିଆଯାଇଛି । ଆମେରିକା ସେନା ପ୍ରତ୍ୟାହାର କରିବା ଦିନ ଠାରୁ ଏହିଭଳି ଅତ୍ୟାଚାରର ସାମନା କରୁଛନ୍ତି ଅଫଗାନ୍ ନାଗରିକ ମାନେ ।

ଯେଉଁ ସବୁ ସ୍ଥାନରେ ତାଲିବାନ ମାନେ କବଜା କରିଛନ୍ତି । ସେହି ସବୁୁ ସ୍ଥାନରେ ସଫା ସଫା କୁହାଯାଇଛି ଯେ, ମହିଳା ମାନେ ଘରୁ ବାହାରକୁ ଆସିବା ସମୟରେ ଘରର କୌଣସି ଏକ ପୁରୁଷ ସମ୍ପର୍କିୟଙ୍କୁ ସାଙ୍ଗରେ ନେଇ ବାହାରିବେ । ଏଥିସହ ମହିଳା ମାନେ ବୁର୍ଖା ପିନ୍ଧିବେ । ଟାଇଟ୍ ଡ୍ରେସ୍ ପିନ୍ଧିପାରିବେ ନାହିଁ । ଘରୁ ଏହା ବାହାରିବା ଉପରେ କଟକଣା ଲଗାଯାଇଛି । ଅଗଷ୍ଟ ୩ ତାରିଖରେ ତାଲିବାନ ଅଧିକୃତ କାନ୍ଦିୟା ଗାଁରେ ଜଣେ ଯୁବତୀଙ୍କୁ ଗୁଳି ମାରିଦିଆଯାଇଥିଲା । କାରଣ ଯୁବତୀ ଜଣକ ଉପରୋକ୍ତ ନିୟମ ଉଲଂଘନ କରିଥିଲେ ।

ଉକ୍ତ ଯୁବତୀଙ୍କ ନାଁ ନାଜନୀନ୍ ହୋଇଥିବା ବେଳେ ସେ ୨୧ ବର୍ଷ ବୟସର ଥିଲେ । ଘରୁ ବାହାରକୁ ଆସିବା ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା । କିନ୍ତୁ ଏହାକୁ ତାଲିବାନ ପ୍ରବକ୍ତା ଉଲଂଘନ କରିଛନ୍ତି । ଅଧିକାଂଶ ତାଲିବାନ୍ ଅଧିକୃତ ଅଞ୍ଚଳରେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି । ଏଠାରେ ମହିଳା ମାନଙ୍କୁ ଅପହରଣ କରାଯାଇ ଜୋର ଜବରଦସ୍ତି ବିବାହ କରିବା ଭଳି ମାମଲା ବଢ଼ୁଛି ।

Get real time updates directly on you device, subscribe now.