fbpx
BSKY SKY
BSKY SKY

ଦୁର୍ଘଟଣାରେ ବୌଦ୍ଧ ଏଡିଏମ ଜ୍ୟୋତିଶଙ୍କର ଆହତ

BSKY

ନୟାଗଡ଼(ଓଡ଼ିଶା ଭାସ୍କର): ଦୁର୍ଘଟଣାରେ ଆହତ ହୋଇଛନ୍ତି ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିଶଙ୍କର ନାୟକ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ରଙ୍ଗମାଟିଆ ଛକରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ଫଳରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଆହତ ହୋଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଅତିରିକ୍ତ ଜିଲ୍ଲାପାଳ ଯାଉଥିବା ବେଳେ ରଙ୍ଗମାଟିଆ ଛକରେ ଦୁର୍ଘଟଣାର ଶିକାର ହୋଇଥିଲେ । ଅତିରିକ୍ତଙ୍କ ଜିଲ୍ଲାପାଳଙ୍କ କାର ସହ ଆଉ ଏକ କାରର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଉଭୟ କାରରେ ଥିବା ମୋଟ ୭ ଜଣ ଆହତ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.