fbpx

ଦେଶରେ ୫ ହଜାର ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ କରିବ ‘ଟେସ୍‌ଲା ପାୱାର ୟୁଏସ୍‌ଏ’, ୨୦୨୫ ସୁଦ୍ଧା ଟାଗେର୍ଟ ପୂରଣ କରିବାକୁ ଲକ୍ଷ୍ୟ

Advertisement

ନୂଆଦିଲ୍ଲୀ: ଟେସ୍‌ଲା ପାୱାର ୟୁଏସ୍‌ଏ ପକ୍ଷରୁ ୨୦୨୫ ସୁଦ୍ଧା ଦେଶରେ ୫ ହଜାର ଦୁଇ ଚକିଆ ଇଲେକ୍ଟ୍ରିକ ଯାନ ଚାର୍ଜିଂ ଷ୍ଟେସନ ‘ଟେସ୍‌ଲା ପାୱାର ସପ୍‌’ ସ୍ଥାପନ କରାଯିବ ବୋଲି ‘ଇଣ୍ଡିଆ ବିଜନେସ୍‌ ମିଟ୍‌’ ଅବସରରେ କମ୍ପାନୀର ଅଧିକାରୀମାନେ ଘୋଷଣା କରିଛନ୍ତି । ଏହି ଅବସରରେ କମ୍ପାନୀର ଏମ୍‌ଡି ଓ ଗ୍ଲୋବାଲ୍‌ ସିଇଓ ଜନ୍‌ ଏଚ୍‌ ବ୍ରଟ୍‌ସିନାସ୍‌, ଭାରତୀୟ ବ୍ୟବସାୟର ଏମ୍‌ଡି କବିନ୍ଦର ଖୁରାନା ଓ ବ୍ୟବସାୟ ମୁଖ୍ୟ ସନ୍ଦୀପ ଅୱସ୍ତି ଉପସ୍ଥିତ ଥିଲେ । ବର୍ତ୍ତମାନ ସାରା ଦେଶରେ ଟେସ୍‌ଲା ପାୱାର ୟୁଏସ୍‌ଏର ୨୦ରୁ ଅଧିକ ରାଜ୍ୟରେ ୨୫୦ରୁ ଅଧିକ ଟେସ୍‌ଲା ପାୱାର ସପ୍‌ ରହିଛି । ଏହା ବ୍ୟତୀତ କମ୍ପାନୀର ୨୦୦ରୁ ଅଧିକ ବିତରକ ମଧ୍ୟ ରହିଛନ୍ତି । ନୂତନ ଭାବେ ସ୍ଥାପନ ହେବାକୁ ଥିବା ଚାର୍ଜିଂ ଷ୍ଟେସନଗୁଡ଼ିକ ଦେଶରେ ଇଲେକ୍ଟ୍ରିକ୍‌ ଯାନ ଗ୍ରହଣୀୟତା ବଢ଼ାଇବାରେ ସହାୟକ ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.