fbpx

ଏଲନ ମସ୍କଙ୍କ ଟେସଲା ଭାରତରୁ ଆମଦାନୀ କରିବ ୧.୯ ବିଲିୟନ ଡଲାର ଅଟୋ ପାର୍ଟସ, ସୂଚନା ଦେଲେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ବୈଦ୍ୟୁତିକ ଯାନ କମ୍ପାନୀ ଟେସଲା ଚଳିତ ବର୍ଷ ଭାରତର ଅଟୋ ପାର୍ଟସ ତିଆରି ହେଉଥିବା କମ୍ପାନୀମାନଙ୍କ ଠାରୁ ୧.୭ ରୁ ନେଇ ୧.୯ ବିଲିୟନ ଡଲାରର ଅଟୋ କମ୍ପୋନେଣ୍ଟ କିଣିବା ଲାଗି ପ୍ରସ୍ତୁତ ହେଉଛି । ଏହି ସୂଚନା ବାଣିଜ୍ୟ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋୟଲ ଦେଇଛନ୍ତି । ଗତ ବର୍ଷ ତୁଳନାରେ ଟେସଲା ନିଜ ଆମଦାନୀକୁ ଦ୍ୱିଗୁଣିତ କରିବାକୁ ଯାଉଛନ୍ତି । ଗତ ବର୍ଷ ଟେସଲା ଭାରତରୁ ପ୍ରାୟ ଏକ ବିଲିୟନ ଡଲାର ମୂଲ୍ୟର ଅଟୋ ପାର୍ଟସ ଆମଦାନୀ କରିଥିଲା ।

ପୀୟୁଷ ଗୋୟଲ ଏସିଏମଏ ର ବାର୍ଷିକ ବୈଠକକୁ ସମ୍ବୋଧିତ କରି କହିଛନ୍ତି ଯେ, ଟେସଲା ଦ୍ୱାରା କରାଯିବାକୁ ଥିବା ଆମଦାନୀ ଗତ ବର୍ଷ ଅପେକ୍ଷା ଦ୍ୱିଗୁଣ ରହିବ । ଗତ ବର୍ଷ ଟେସଲା ଏକ ବିଲିୟନ ଡଲାରର ଅଟୋ ପାର୍ଟସ ଆମଦାନୀ କରିଥିଲା । ହେଲେ ଚଳିତ ବର୍ଷ କମ୍ପାନୀ ଆମଦାନୀକୁ ବଢାଇ ୧.୭ ରୁ ୧.୯ ବିଲିୟନ କରିବାକୁ ଯାଉଛି । ରଏଟର୍ସ ରିପୋର୍ଟ ଅନୁଯାୟୀ, ପୀୟୁଷ ଗୋୟଲ କହିଛନ୍ତି ଯେ, ମୋ ମତରେ ବୈଦ୍ୟୁତିକ ଯାନ ଭବିଷ୍ୟତ ଅଟେ । ଆମେ ଏହାକୁ ଆକର୍ଷିତ କରିବାକୁ ପଡିବ । ଦେଶର ଜିଡିପିରେ ୨.୩ ପ୍ରତିଶତ ଭାଗୀଦାରୀ ସ୍ଥାନୀୟ ଅଟୋ କମ୍ପୋନେଣ୍ଟସର ମାମଲାରେ ଭାରତ ଦୁନିଆରେ ତୃତୀୟ ସ୍ଥାନରେ ରହିବ ।

ଟେସଲା ଭାରତରେ ନିବେଶ କରିବାକୁ ଚାହୁଁଛି ହେଲେ ବୈଦ୍ୟୁତିକ ଯାନ ଆମଦାନୀ ଉପରେ ବର୍ତ୍ତମାନ ୧୦୦ ପ୍ରତିଶତ ଟ୍ୟାକ୍ସ ଲଗାଉଛି । ଟେସଲା ଭାରତରେ ନିବେଶ ପୂର୍ବରୁ ଏହାକୁ କମାଇବା ଲାଗି ଦାବି କରିଛନ୍ତି । ହେଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ବୈଦ୍ୟୁତିକ ଯାନ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ ।

Get real time updates directly on you device, subscribe now.