fbpx

ଜୁନ୍ ୭ରେ TGT ପରୀକ୍ଷା: ପୁଣି ଥରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ SSB ପକ୍ଷରୁ ପ୍ରାର୍ଥୀଙ୍କୁ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୭ ତାରିଖରେ ଟ୍ରେନଡ ଗ୍ରାଜୁଏଟ ଟିଚର୍ସ (କଳା, ପିସିଏମ, ସିବିଜେଡ), ହିନ୍ଦି ଶିକ୍ଷକ, କ୍ଲାସିକାଲ ଶିକ୍ଷକ (ସଂସ୍କୃତ), ଉର୍ଦ୍ଦୁ ଶିକ୍ଷକ ଓ ପିଇଟିଙ୍କର ପରୀକ୍ଷା ଅନୁଷ୍ଠିତ ହେବ । ଗତ ୧ ତାରିଖ ମଧ୍ୟାହ୍ନ ୧ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ନେଇ କିଛି ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ତେଣୁ ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ସେମାନଙ୍କର ହଲ ଟିକେଟ୍ (ଆଡମିଟ୍ କାର୍ଡ) ଡାଉନଲୋଡ୍ କରିସାରିଛନ୍ତି ସେମାନେ ପୁଣି ଥରେ ତାହାକୁ ଡାଉନଲୋଡ୍ କରିବାକୁ କୁହାଯାଇଛି । ପରୀକ୍ଷାର ସମୟରେ କୌଣସି ପରିବର୍ତ୍ତନ କରାଯାଇ ନଥିବା ନେଇ ସ୍ପଷ୍ଟ କରାଯାଇଛି । ଏ ନେଇ ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ବିଜ୍ଞପ୍ତି: https://ssbodisha.ac.in/wp-content/uploads/2024/06/830.pdf

Get real time updates directly on you device, subscribe now.