fbpx

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଫାଇନାଲରେ ଭଗତ, ଇଂଲଣ୍ଡର ଡ୍ୟାନିଏଲ ବେଥେଲଙ୍କ ସହିତ କରିବେ ମୁକାବିଲା

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଗତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ପଦକ ଅର୍ଜନ କରି ଥିବା ଓଡିଶାର ପ୍ରମୋଦ ଭଗତ ଥାଇଲାଣ୍ଡରେ ଚାଲି ଥିବା ପାରା ବ୍ୟାଡମିଣ୍ଟନ ଚାମ୍ପିଅନଶି ପୁରୁଷ ସିଙ୍ଗଲ୍ସ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେମିଫାଇନାଲରେ ସେ ଭାରତର ଅନ୍ୟତମ ଖେଳାଳି କୁମାର ନିତେଶଙ୍କୁ ୨୧-୧୨,୨୧- ୧୮ରେ ପରାସ୍ତ କରିଛନ୍ତି । କେବଳ ୩୭ ମିନିଟ ଲଢ଼େଇ କରି ଭଗତ ଏହି ମ୍ୟାଚକୁ କରାୟତ କରି ନେଇ ଥିଲେ ।

ଫାଇନାଲରେ ଭଗତ ଇଂଲଣ୍ଡର ଡ୍ୟାନିଏଲ ବେଥେଲଙ୍କ ସହିତ ମୁକାବିଲା କରିବେ । ସେହିପରି ଭାରତୀୟ ଖେଳାଳି ସୁକାନ୍ତ କଦମଙ୍କୁ ସାଥୀ କରି ଭଗତ ମଧ୍ୟ ପୁରୁଷ ଡବଲ୍ସ ଫାଇନାଲ ଖେଳିବା ସୁଯୋଗ ସୃଷ୍ଟି କରିଛନ୍ତି । ସେମିଫାଇନାଲ ମ୍ୟାଚରେ ଭଗତ-ସୁକାନ୍ତ ଯୋଡି ଭାରତର ମହମଦ ଆରୱାଜ ଅନସରି ଓ ଦୀପ ରଞ୍ଜନ ବିଷୋଇ ଯୋଡିଙ୍କୁ ୨୧-୧୦, ୧୪-୨୧ ଓ ୨୧- ୧୪ରେ ପରାସ୍ତ କରିଛନ୍ତି । ଡବଲ୍ସ ଫାଇନାଲରେ ଭଗତ-ସୁକାନ୍ତ ଯୋଡି ଇଣ୍ଡୋନେସିଆର ଦ୍ୱିୟୋକୋ ଓ ଫ୍ରେଡି ସେତାୱାନଙ୍କ ସହିତ ଲଢ଼େଇ କରିବେ । ତେବେ ମିକ୍ସଡ ଡବଲ୍ସ ସେମିଫାଇନାଲରେ ଭଗତ-ମନିଷା ରାମଦାସ ଯୋଡି ଫ୍ରାନ୍ସ ଯୋଡି ଊୁକାସ ଓ ଫାଉଷ୍ଟିନ ନୋଏଲ ଯୋଡି ଠାରୁ ହାରି ଯାଇଛନ୍ତି ।

Get real time updates directly on you device, subscribe now.