Black Pearl ବ୍ୟବସାୟକୁ ଆପଣାଇବାରେ ଲାଗିଛନ୍ତି ଯୁବତୀ, କିନ୍ତୁ ବେଶୀ ଫାଇଦା ଉଠାଉଛନ୍ତି ପୁରୁଷ, ଜାଣନ୍ତୁ ଏହା ସମ୍ପର୍କରେ ଅଧିକ…
ଥାଇଲାଣ୍ଡ: ବ୍ୟବସାୟ ଲୋକଙ୍କୁ ଦେଉଛି ଅଧିକ ଲାଭ । ଖାଲି ଯେ ପୁରୁଷ ବେପାର ବଣିଜ ସହ ଜଡ଼ିତ ହୋଇ ରହିଛନ୍ତି ତା’ ନୁହେଁ ଏବେ ମହିଳାମାନେ ବି ସକବାଲମ୍ବୀ ହେବା ନେଇ ବେପାର ଆରମ୍ଭ କଲେଣି । ସମୟ ବଦଳିବା ସହ ବ୍ୟବସାୟର ପରିଭାଷାବି ବଦଳିଯାଇଛି । ଆଜିକାଲିର ବିଜନେସ୍ କେବଳ ଜିନିଷପ୍ରକୁ ନେଇ କରାଯାଉନାହିଁ । ମଣିଷମାନେ ବି ଏକ ପ୍ରକାର ଦ୍ରବ୍ୟ ପାଲଟିଲେଣି । ଥାଇଲ୍ୟାଣ୍ଡରେ ଏମିତି ଏକ ବ୍ୟବସାୟ ଏବେ ଜୋର୍ ବିସ୍ତାର ହେବାରେ ଲାଗିଛି, ଯାହାକୁ ବ୍ଲାକ୍ ପର୍ଲ ବା ୱାଇଫ୍ ଅନ୍ ହାୟର ବୋଲି କୁହାଯାଉଛି । ପୁରୁଷଙ୍କ ଅପେକ୍ଷା ଏ ବ୍ୟବସାୟ ପ୍ରତି ମହିଳାମାନେ ବେଶୀ ଆଗ୍ରହ ପ୍ରକାଶ କରୁଛନ୍ତି । ଯାହାର କାରଣ ଆମେ ଆଲୋଚନା କରିବା । କିନ୍ତୁ ପ୍ରଥମେ ବ୍ୟବସାୟ ବିଷୟରେ ଅଧିକ ତଥ୍ୟ ଜାଣିବାକୁ ପଡ଼ିବ । ଅଳ୍ପ ଦିନ ପାଇଁ ସ୍ତ୍ରୀ କରିବାକୁ ଚାହୁଁଥିବା ପୁରୁଷମାନେ ଯୁବତୀଙ୍କୁ ନିର୍ଦ୍ଦିଷ୍ଟ ଟଙ୍କା ଦେଇ ନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ତ୍ରୀ କରି ରଖନ୍ତି । କଣ୍ଟ୍ରାକ୍ଟ ଅନୁସାରେ ସମୟ ସରିଗଲେ ଯୁବତୀ ପୁରୁଷଙ୍କୁ ଛାଡ଼ି ପଳାନ୍ତି । ବିଶେଷ କରି ଧନୀକ ଶ୍ରେଣୀର ଲୋକେ ଏହା ସହିତ ଅଧିକ ମାତ୍ରାରେ ଜଡ଼ିତ । ଥାଇଲାଣ୍ଡର ନାଇଟ୍ କ୍ଲବ୍ ଓ ବାରରେ ଏହି ଯୁବତୀମାନେ ବ୍ଲାକ୍ ପର୍ଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି । ସ୍ତ୍ରୀ ହୋଇ ଆସିବା ପରେ ସେମାନେ ସ୍ତ୍ରୀର ପ୍ରତ୍ୟେକ କାର୍ଯ୍ୟକୁ ପାଳନ କରନ୍ତି । କିନ୍ତୁ ଏହା କେବଳ କିଛି ସମୟ ପାଇଁ ହିଁ କରିବାକୁ ପଡ଼େ ।
ଏ ସମ୍ପର୍କରେ ଲେଖକ ଲାଭର୍ଟ ଏ. ଇମାନୁଏଲ୍ ତାଙ୍କ ପୁସ୍ତକ ‘ଥାଇଲାଣ୍ଡସ୍ ଟାବୁ: ଦ ରାଇଜ୍ ଅଫ୍ ୱରଫ୍ ରେଣ୍ଟାଲ ଇନ୍ ମଡର୍ନ ସୋସାଇଟି’ରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଥାଇଲାଣ୍ଡ ମହିଳାଙ୍କ ପାଇଁ ଏହା ପ୍ରମୁଖ ରୋଜଗାର ମାଧ୍ୟମ ପାଲଟିଛି ବୋଲି ଲାଭର୍ଟ ନିଜ ବହି ଜରିଆରେ କହିଛନ୍ତି । ସମାଜରେ ଏହା କୁପ୍ରଭାବ ପକାଉଛି । ତେବେ ଯୁବତୀଙ୍କ ସୌନ୍ଦର୍ଯ୍ୟ, ପାଠପଢ଼ା ଏବଂ ବ୍ୟବହାରକୁ ନେଇ ଦାମ୍ ଲଗଯାଉଥିବା କୁହାଯାଇଛି । ୧୬୦୦ ଡଲାରରୁ ୧୧,୬,୦୦୦ ଡଲାର ପର୍ଯ୍ୟନ୍ତ ଖର୍ଚ୍ଚ କରି ଭଡ଼ାରେ ଯୁବତୀଙ୍କୁ ସ୍ତ୍ରୀ ଭାବେ ନେଇହେବ ।
ମୁଖ୍ୟତଃ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଶୌଳୀ ପାଇଁ ଯୁବପିଢ଼ି ଏ ପ୍ରକାର ସମ୍ପର୍କ ପାଇଁ ଆକୃଷ୍ଠ ହେଉଛନ୍ତି । ପୁରୁଷମାନେ ଲମ୍ବା ସମୟ ପାଇଁ କୌଣସି ସମ୍ପର୍କରେ ରହିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଯାହାପାଇଁ ଏପ୍ରକାର ପ୍ରଥା ଆରମ୍ଭ ହୋଇଛି । ଅନ୍ୟପଟେ ଯୁବତୀମାନେ ଅର୍ଥ ଲୋଭରେ ଏହାକୁ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ବିଶେଷ କରି ଗାଁ ଗହଳିରେ ଗରିବ ପାରିବାରରେ ରହୁଥିବା ଯୁବତୀ ଘର ଚଳାଇବା ପାଇଁ ବ୍ଲାକ୍ ପର୍ଲ ବ୍ୟବସାୟକୁ ଆଣାଇଛନ୍ତି । ରେଣ୍ଟେଡ୍ ୱାଇଫ୍ ବ୍ୟବସାୟ ପ୍ରଥମେ ଜାପାନ ଓ କୋରିଆରେ ଦେଖାଯାଇଥିଲା । କିନ୍ତୁ ବର୍ତ୍ତମାନ ଥାଇଲାଣ୍ଡରେ ଏହା ଆଦୃତ ହେବାରେ ଲାଗିଛି ।