fbpx

ଥମୁନି ହିଂସାକାଣ୍ଡ : ଶୋଇଥିବା ବେଳେ ଗୁଳିମାଡ଼, ୩ ମୃତ

ଇମ୍ଫାଲ : ମଣିପୁରରେ ଉଗ୍ରପନ୍ଥୀ ଚିନ୍ତା ବଢାଉଛନ୍ତି । ବିଷ୍ଣୁପୁର ଜିଲ୍ଲାରେ କୁକି ଉଗ୍ରପନ୍ଥୀମାନେ ମୈତେୟୀ ସଂପ୍ରଦାୟର ଲୋକଙ୍କ ଉପରକୁ ଶୋଇଥିବା ସମୟରେ ଗୁଳିମାଡ କରିଥିଲେ । ଉଗ୍ରପନ୍ଥୀମାନେ ମୈତେୟୀ ଲୋକଙ୍କ ୫୦ରୁ ଅଧିକ ଘର ମଧ୍ୟ ଜାଳି ଦେଇଛନ୍ତି । କ୍ବାକଟା ଅଞ୍ଚଳରେ ଏବେ କୁକି ଉଗ୍ରପନ୍ଥୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଜଣେ ମଣିପୁର କମାଣ୍ଡୋଙ୍କ ମୁଣ୍ଡରେ ଗୁଳି ବାଜିଛି। ଆହତ କମାଣ୍ଡୋଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସଦ୍ୟ ହିଂସା‌ ହେବାପରେ ବିଷ୍ଣୁପୁରର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇଯାଇଛି ।

ସୂଚନା ଅନୁଯାୟୀ, ଗତ ଗୁରୁବାରରେ ମୈତେୟୀ ସମ୍ପ୍ରଦାୟର ଆନ୍ଦୋଳନରେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ ଯୋଗୁଁ ୧୭ ଜଣ ଆହତ ହୋଇଥିଲେ । ପୁଣି ଦୁଇ ଦିନ ପରେ ଘଟିଛି ଏହି ଅଘଟଣ । କିଛି ଉଗ୍ରପନ୍ଥୀ ଗତକାଲି ବିଳମ୍ବିତ ରାତିରେ କ୍ବାକଟା ନିକଟସ୍ଥ ଉଖା ଟମ୍ପକ ଗ୍ରାମରେ ଚଢ଼ଉ କରି ଗୁଳିମାଡ଼ କରିଥିଲେ। ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ଜଣେ ବାପା, ପୁଅ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେମାନେ ଶୋଇଥିବା ସମୟରେ ସେମାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା।

ଆକ୍ରମଣକାରୀ କେନ୍ଦ୍ରୀୟ ସୁରକ୍ଷାବାହିନୀ ଏବଂ ପୁଲିସ ମୁତୟନ ହୋଇଥିବା ବଫର୍ ଜୋନ୍ ଅତିକ୍ରମ କରି ସେଠାରେ ପହଞ୍ଚିବାରେ ସକ୍ଷମ ହୋଇଥିବାର ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମେ’ ୩ ତାରିଖରେ ମଣିପୁରରେ ହିଂସା ହେବାପରଠାରୁ ୧୬୦ରୁ ଅଧିକ ଲୋକଙ୍କର     ମୃତ୍ୟୁ ଘଟିଲାଣି।

Get real time updates directly on you device, subscribe now.