fbpx

ଥାନା ଆଗରେ ଯୁବକଙ୍କ ଆତ୍ମାହୁତି: ଗୁରୁତର ଅବସ୍ଥାରେ ଏମକେସିଜି ରେ ଭର୍ତ୍ତି

ବ୍ରହ୍ମପୁର: ଗୋଳନ୍ଥରା ଥାନା ଆଗରେ ଜଣେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇପଡ଼ିଛନ୍ତି । ଯୁବକ ଜଣକ ନିଜ ଦେହରେ କିରୋସିନି ଢାଲି ଆତ୍ମାହୁତି ଉଦ୍ୟମ କରୁଥିଲେ । ତେବେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଅଟକାଇଲା ପୋଲିସ୍ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ରେ ଭର୍ତ୍ତି କରାଯାଇଛି । ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ ରଣ୍ଢାର ସନ୍ତୋଷ ସାମନ୍ତରା ବୋଲି ଜଣାପଡ଼ିଥିବାବେଳେ କେଉଁ କାରଣରୁ ଯୁବକ ଥାନାକୁ ଆସି ଆତ୍ମାହୁତି ଉଦ୍ୟମ ସେନେଇ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.