fbpx

୩୧ ଜାନୁଆରୀ ପୂର୍ବରୁ ଜାରି ହୋଇପାରେ ପିଏମ କିସାନ ଯୋଜନାର ୧୩ତମ କିସ୍ତି! ଜାଣନ୍ତୁ ଅପଡେଟ

Advertisement

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୩ତମ କିସ୍ତି ଖୁବ ଶୀଘ୍ର କୃଷକଙ୍କ ଖାତାରେ ଆସିବାକୁ ଯାଉଛି । ହେଲେ ଏହା ପୂର୍ବରୁ କୃଷକ ମାନଙ୍କ ମନରେ କିସ୍ତିକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବଥର ଏହି ଯୋଜନାରେ ଲାଭାର୍ଥୀଙ୍କୁ ସୂଚୀରୁ ବାହାର କରାଯାଇଛି । ତେବେ ଏଥର ଆଶଙ୍କା କରାଯାଉଛି ଯେ, ଲାଭାର୍ଥୀଙ୍କ ସଂଖ୍ୟା ପୂର୍ବଥର ଅପେକ୍ଷା କମିପାରେ । ରିପୋର୍ଟ ଅନୁଯାୟୀ, ୩୧ଜାନୁଆରୀ ପୂର୍ବରୁ ୧୩ତମ କିସ୍ତି ଜାରି ହେବାକୁ ଯାଉଛି । କହିବାକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯ଜାନୁଆରୀରେ ନିଜ ମନ କଥା କହିବାକୁ ଯାଉଛନ୍ତି । ଆଶା କରାଯାଉଛି ଯେ, ସେହିଦିନ ପିଏମ କିସାନ ଯୋଜନାର ରାଶି ଜାରି କରିପାରନ୍ତି ।

ଏହି ୧୩ତମ କିସ୍ତି ପାଇଁ ପ୍ରତ୍ୟେକ କୃଷକ ଲଗାତାର ଇ-କେୱାଇସି କରିନେବା ଜରୁରୀ ଅଟେ । ଯଦି ଆପଣ ଇ-କେୱାଇସି କରୁନାହାନ୍ତି ତେବେ ଆପଣ ୧୩ କିସ୍ତିରୁ ବଞ୍ଚିତ ହେବେ । ତେଣୁ ଏହାର ଲାଭ ଉଠାଇବା ପାଇଁ ଆପଣ ପିଏମ କିସାନ ଯୋଜନାର ଅଫିସିଆଲ ୱେବସାଇଟରେ ଭିଜିଟ କରି ଇ-କେୱାଇସି ପ୍ରକ୍ରିୟା ପୂରଣ କରିପାରିବେ । ଏହା ବ୍ୟତିତ ଆପଣ ସିଏସି ସେଣ୍ଟର ଯାଇ ଏହି ପ୍ରକ୍ରିୟାକୁ ପୂରଣ କରିପାରିବେ ।

ତେବେ ୱେବସାଇଟ କୁ ଯାଇ ଫର୍ମାଲ କର୍ଣ୍ଣର ଉପରେ କ୍ଲିକ କରନ୍ତୁ । ଏଥିରେ ଆପଣ ବେନିଫିସିଆରୀ ଲିଷ୍ଟରେ ଆପଣଙ୍କ ନାମ ଜାଂଚ କରିପାରିବେ । ଯଦି ଆପଣଙ୍କ ଷ୍ଟାଟସରେ ଆଗକୁ ୟେସ ଲେଖାଯାଇଥିବ ତେବେ ବୁଝିଯାଆନ୍ତୁ ଯେ, ଆପଣଙ୍କ ଖାତାରେ ୧୩ତମ କିସ୍ତି ଟ୍ରାନ୍ସଫର କରିଦିଆଯିବ । ଏହା ବଦଳରେ ଆପଣଙ୍କ ଖାତାରେ ଯଦି ନୋ ଲେଖା ହୋଇଥିବ ତେବେ କିସ୍ତିକୁ ସ୍ତଗିତ ରଖାଯିବ ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୩ତମ କିସ୍ତିକୁ ନେଇ କିସାନ ଅଧିକାରକ ୱେବସାଇଟର ଇମେଲ ଆଇଡ଼ି [email protected] ଉପରେ କ୍ଲିକ କରି ସମ୍ପର୍କ କରିପାରିବେ । କିସାନ ହେଲ୍ପ ଲାଇନ ନମ୍ବର ୧୫୫୨୬୧ ତଥା ୧୮୦୦୧୧୫୫୨୬, ୦୧୧-୨୩୩୮୧୦୯୨ ଏହି ନମ୍ବରକୁ କଲ୍ କରି ସମ୍ପର୍କ କରିପାରିବେ । ଏଠାରେ କୃଷକ ମାନଙ୍କ ସମସ୍ତ ସମସ୍ୟାର ସମାଧାନ କରାଯାଇ ପାରିବ ।

Get real time updates directly on you device, subscribe now.