୩ ଦିନିଆ ମୟୂରଭଞ୍ଜ ଉତ୍ସବ ଉତ୍କଳ ମଣ୍ଡପରେ ହେବ ଆୟୋଜିତ, ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଜାନୁଆରୀ ୩୧, ଫେବୃଆରୀ ୧ଓ ୨ ତାରିଖ ତିନିଦିନ ବ୍ୟାପି ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପ ଠାରେ ଐତିହାସିକ ମୟୂରଭଞ୍ଜ ଉତ୍ସବ ପାଳିତ ହେବା ସ୍ଥାନୀୟ ମୟୂରଭଞ୍ଜ ସାଂସ୍କୃତିକ ସଂସଦ ଦ୍ୱାରା ମହାସମାରୋହରେ ପାଳନ କରାଯିବା

ଏହି ଉତ୍ସବରୁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାନୁଆରୀ ୩୧ରେ ଉତ୍କଳ ମଣ୍ଡପରେ ଉଦ୍ଘାଟନ କରିବେ ବୋଲି ସମ୍ପାଦକ ସ୍ୱରୂପ ରଞ୍ଜନ ଦାସ କହିଛନ୍ତିା
ଏହି ଉତ୍ସବରେ ମୟୂରଭଞ୍ଜର ମହାରାଣୀ ଓ ମହାରାଜା ସମ୍ମାନନୀୟ ଅତିଥି ଭାବେ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ଏହି ଅବସରରେ ସଂସଦର ନିଜସ୍ୱ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉତ୍ସବ କମିଟିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥଙ୍କ ସମେତ ସଂସଦର ସାଧାରଣ ସମ୍ପାଦକ ଡକ୍ଟର ରଜନୀକାନ୍ତ ବିଶ୍ୱାଳ, ସମ୍ପାଦକ ବିଶିଷ୍ଟ ସିନେ ଲେଖକ ଚିନ୍ମୟ ଦାସ ପଟ୍ଟନାୟକ, ସମ୍ପାଦକ ବିଶିଷ୍ଟ ଉଦ୍ୟୋଗପତି ସ୍ୱରୂପ ରଞ୍ଜନ ଦାସ, ବରିଷ୍ଠ ସିନେ ନିର୍ଦ୍ଦେଶକ ଗଦାଧର ପୁଟ୍ଟୀ, ବିଶିଷ୍ଟ ଅଭିନେତା ସୁକାନ୍ତ ରଥ ଏବଂ ଆଗଧାଡ଼ିର ସିନେ ନିର୍ଦ୍ଦେଶକ ତାପସ କୁମାର ସରଘରିଆ ପ୍ରମୁଖ ଯୋଗ ଦେଇ ଏହି ଉତ୍ସବ କିପରି ଚିତ୍ତାକର୍ଷକ ଭାବେ ପାଳନ କରାଯିବ ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲୋ

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା, କ୍ରୀଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ପ୍ରମୁଖଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛିା

ଏହି ତିନି ଦିନ ଧରି ମୟୂରଭଞ୍ଜ କଳା, ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ, ବ୍ୟଞ୍ଜନ ଓ ପର୍ଯ୍ୟଟନର ଭରପୁର ମଜା ଉଠାଇବା ସହ ଛଉ, ଘୁମର ନାଚ ସଂଗୀତକୁ ବିଶିଷ୍ଟ ସିନେ କଳାକାରମାନଙ୍କ ଦ୍ୱାରା କିପରି ପରିବେଶିତ ରଙ୍ଗାରଙ୍ଗ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମରେ କିପରି ଜନସାଧାରଣ ଝୁମିବେ ସେ ବିଷୟରେ ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକ ଆଲୋକପାତ କରିଥିଲେ ।

ପ୍ରକାଶ ଥାଉକି ଫେବୃଆରୀ ୧ ତାରିଖ ଦିନ ୧୦ଟାରୁ ଅପରାହ୍ନ୨ଟା ଭିତରେ ପୂଣ୍ୟ ଶ୍ଲୋକ ମୟୂରଭଞ୍ଜର ଯଶସ୍ୱୀ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ ତମ ଜନ୍ମଦିବସ ପାଳନ ଅବସରରେ ସଚିବାଳୟ ମାର୍ଗ ସ୍ଥିତ ଇନ୍ସଟିଟ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ(ଭାରତ), ଓଡ଼ିଶା ରାଜ୍ୟ ଶାଖାଠାରେ ଏକ ସ୍ମୃତି ସଭାର ଅୟୋଜନ କରାଯିବ ।

ପରେ ପରେ ଓଡ଼ିଶାକୁ କଳା, ଶିକ୍ଷା, ସାହିତ୍ୟ, ସଂସ୍କୃତି, ଶିଳ୍ପ, ପର୍ଯ୍ୟଟନ, ଐତିହ୍ୟ, ସ୍ଥପତ୍ୟ ଓ ବ୍ୟଞ୍ଜନ କ୍ଷେତ୍ରରେ ମୟୂରଭଞ୍ଜର ଅବଦାନ ସମ୍ପର୍କରେ ଏକ ଭବ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ଅଭିନେତା ସୁକାନ୍ତ ରଥ ସୂଚନା ଦେଇଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମୟୂରଭଞ୍ଜ ସାଂସ୍କୃତିକ ସଂସଦର ସାଧାରଣ ସମ୍ପାଦକ ଡକ୍ଟର ରଜନୀକାନ୍ତ ବିଶ୍ୱାଳ ।