fbpx

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି : ପୂର୍ବ ସରକାରରେ ବିଭିନ୍ନ ବିଭାଗରେ ନିଯୁକ୍ତ ଉପଦେଷ୍ଟାମାନେ ଏବେ ଦାୟିତ୍ଵମୁକ୍ତ

ଭୁବନେଶ୍ୱର : ପୂର୍ବ ସରକାରଙ୍କ ସମୟରେ ରାଜ୍ୟର ବିଭିନ୍ନ ବିଭାଗରେ ଉପଦେଷ୍ଟା ଭାବେ ଅନେକ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆ ଯାଇଥିଲା।

ସରକାରଙ୍କ କାର୍ଯ୍ୟକ୍ରମ ତଥା କାର୍ଯ୍ୟ ଦକ୍ଷତା ବୃଦ୍ଧିରେ ଏହାଦ୍ବାରା କୌଣସି ଉନ୍ନତି ପରିଲକ୍ଷିତ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉପଦେଷ୍ଟା ମାନଙ୍କୁ ଦାୟିତ୍ଵ ମୁକ୍ତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବ ବିଜେଡି ସରକାର ଦଳର ୧୫୦ରୁ ଅଧିକ ନେତା ଓ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିଲେ।

Get real time updates directly on you device, subscribe now.