fbpx

ଏହି ସିଙ୍ଗରଙ୍କ ଗୀତରେ ୪ କିଲୋମିଟର ପର୍ଯ୍ୟନ୍ତ ଥରି ଉଠିଲା ପୃଥିବୀ, ସମସ୍ତେ ଚକିତ

AAKASH

ଓଡ଼ିଶା ଭାସ୍କର: ଆମେରିକାର ସିଙ୍ଗର ଟେଲର ସ୍ୱିଫ୍ଟ ସ୍କଟଲ୍ୟାଣ୍ଡର ରାଜଧାନୀ ଏଡିନବର୍ଗରେ ଏକ ଲାଇଭ୍ ପରଫର୍ମାନ୍ସ ଦେଇଥିଲେ । ତାଙ୍କ ସିଙ୍ଗିଙ୍ଗ୍ କନସର୍ଟରେ ଫ୍ୟାନ୍ସ ଏପରି ନାଚିଲେ ଝୁମିଲେ ଯେ, ପୃଥିବୀ ଦୋହଲିଗଲା । କନସର୍ଟ ହେଉଥିବା ସ୍ଥାନରୁ ୪ କିଲୋମିଟର ଦୂର ପର୍ଯ୍ୟନ୍ତ ପୃଥିବୀ ଥରି ଉଠିଥିଲା ।

ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି କି ଭୂତତ୍ତ୍ୱବିଶେଷଜ୍ଞଙ୍କ ତଥ୍ୟ ଅନୁଯାୟୀ ଗତ ସପ୍ତାହରେ ଟେଲର ସ୍ୱିଫ୍ଟଙ୍କ ସିଙ୍ଗିଙ୍ଗ୍ କନସର୍ଟକୁ ଏତେ ଲୋକ ଦେଖିଥିଲେ ଯେ, ବାସ୍ତବରେ ପୃଥିବୀ ଦୋହଲିଯାଇଥିଲା । ବ୍ରିଟିଶ ଜିଓଲଜିକାଲ ସର୍ଭେ ଅନୁଯାୟୀ ମୁରେଫିଲ୍ଡ ଷ୍ଟାଡିୟମରୁ ପ୍ରାୟ ୪ କିଲୋମିଟର ଦୂରତା ପର୍ଯ୍ୟନ୍ତ ଭୂକମ୍ପ ପ୍ରଭାବ ଅନୁଭୂତ ହୋଇଥିଲା ।

ସିଙ୍ଗର ଟେଲର ସ୍ୱିଫ୍ଟ ନିଜର ଏରାସ ଟୁର୍ ସମୟରେ ଏଡିନବର୍ଗରେ ଲାଇଭ୍ ପରଫର୍ମାନ୍ସ ଦେଇଥିଲେ । ଏହି ପରଫର୍ମାନ୍ସ ସମୟରେ ତାଙ୍କର ୩ ଗୀତ ରେଡି ଫର୍ ଇଟ୍‌, କ୍ରୁଏଲ୍ ସମର ଓ ସ୍ୟାମ୍ପେନ ପ୍ରୋବ୍ଲେମ୍ସର ପ୍ରଦର୍ଶନ ସମୟରେ ଫ୍ୟାନ୍ସ ଏପରି ଝୁମିଥିଲେ ଯେ, ୪ କିଲୋମିଟର ପର୍ଯ୍ୟନ୍ତ ପୃଥିବୀ ଦୋହଲିଯାଇଥିଲା ।

ତେବେ ଟେଲର ସ୍ୱିଫ୍ଟଙ୍କ ପ୍ରଦର୍ଶନ ସମୟରେ ଭୂକମ୍ପ ଆସିବା ଏହା ପ୍ରଥମ ଘଟଣା ନୁହେଁ । ବିବିସିର ଏକ ରିପୋର୍ଟ ଅନୁଯାୟୀ ଗତ ବର୍ଷ ଜୁଲାଇରେ ସିଏଟଲରେ ସ୍ୱିଫ୍ଟଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ସମୟରେ ବି ୨.୩ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା । ଟେଲର ସ୍ୱିଫ୍ଟ ଜଣେ ଆମେରିକୀୟ ସିଙ୍ଗର ଯାହାଙ୍କର ବ୍ରିଟେନରେ ମୋଟ ୧୫ ଶୋ’ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.