fbpx

ଦୈନିକ ୬ ଘଣ୍ଟା ଚାଲିବ ବିଧାନସଭା: ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନ । ଏନେଇ ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ ଆରୁଖ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଧାନସଭା ସୁରୁଖୁରୁରେ ଚଳାଇବା ନେଇ ସହମତି ପ୍ରକାଶ ପାଇଛି । କୋଭିଡ କଟକଣା ଭିତରେ ୨ଟି ପର୍ଯ୍ୟାୟରେ ଚାଲିବ ଗୃହ କାର୍ଯ୍ୟ । ପ୍ରଥମ ପର୍ଯ୍ୟାୟ ୧୦ଟା ୩୦ରୁ ୧ ଟା ଓ ଦ୍ବିତୀୟ ପର୍ଯ୍ୟାୟ ୪ଟାରୁ ୭ଟା ଯାଏ ଚାଲିବ ଗୃହ କାର୍ଯ୍ୟ । ଆଗରୁ ୫ ଘଣ୍ଟା ଚାଲୁଥିଲା ବିଧାନସଭା।

ତେବେ ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହେବ ବଜେଟ୍ । ସେହିପରି ଜୁଲାଇ ୩୦ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଧେୟକ । ଅନ୍ୟପଟେ କୋଭିଡ କଟକଣା ଭିତରେ ଗୃହ ଚାଲିବ ବୋଲି ନିଷ୍ପତ୍ତି ହୋଇଥିବାରୁ ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବିଧାନସଭାରେ ବିଧାୟକଙ୍କ କରୋନା ଟେଷ୍ଟ କରାଯିବ । ବିଧାୟକଙ୍କ ସହ ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ।

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ସବୁଥର ଭଳି ଏଥର ବିଧାନସଭାର ବିଭିନ୍ନ ନୀତି ନିୟମ ଓ କାର୍ଯ୍ୟବିଧି ଉପରେ ବୈଠକରେ ଆଲୋଚନା ହେବ। ଗୃହରେ କିଭଳି ବିରୋଧୀଙ୍କୁ ଉଚିତ୍ ସମ୍ମାନ ମିଳିବ ଏବଂ ରାଜ୍ୟର ଥିବା ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ଠିକଣା ଭାବେ ହେବ ତା ‘ ଉପରେ ଗୁରୁତ୍ଵ ଦିଆଯିବ। ଏହାସହିତ ଗୃହରେ ଯାହା ସବୁ ଆଲୋଚନା ହେବ ତାହା ଯେପରି ସମସ୍ତ ଜନସାଧାରଣଙ୍କ ପାଖରେ ପହଞ୍ଚିବ ସେ ପ୍ରସଙ୍ଗ ବୈଠକରେ ଉଠିବ। ସରକାର ଯେଉଁସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି ତାହାକୁ ନେଇ ଗୃହରେ ଆଲୋଚନା କରାଯିବ।

Get real time updates directly on you device, subscribe now.