ହୁତୁହୁତୁ ହୋଇ ଜଳିଗଲା ବ୍ୟାରିକେଡ୍
ଆଜି ସକାଳେ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛ ପଟରେ ଥିବା ବ୍ୟାରିକେଡରେ ନିଆଁ ଲାଗିଯାଇଥିଲା। ହୁତୁହୁତୁ ହୋଇ ଜଳିଯାଇଥିଲା ପ୍ଳାଷ୍ଟିକ ଓ କାଠରେ ନିର୍ମିତ ବ୍ୟାରିକେଡ।
ପୁରୀ: ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛ ପଟରେ ଥିବା ବ୍ୟାରିକେଡ୍ରେ ହଠାତ୍ ଲାଗିଗଲା ନିଆଁ। ନିଆଁର ପ୍ରକୋପରେ ଲୁହା, ପ୍ଳାଷ୍ଟିକ ଓ କାଠରେ ତିଆରି ବ୍ୟାରିକେଡ ହୁତୁହତୁ ହୋଇ ଜଳିଗଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଆଜି ସକାଳେ ଘଟିଥିଲା ଏହି ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ପାଇଁ ଧୂଆଁ ମୟ ହୋଇଯାଇଥିଲା ପୂରା ପରିବେଶ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମବାହିନୀକୁ ଖବର ଦେଇଥିଲେ।
ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବ୍ୟାରିକେଡ ନିକଟରେ ଏଲଆଇସି କଲୋନୀ ସରକାରୀ କ୍ୱାର୍ଟର୍ସ, ଅତିରିକ୍ତ ଜିଲ୍ଲାପାଳ ଓ ସରକାରୀ ଅଧିକାରୀଙ୍କ କ୍ୱାର୍ଟର୍ସ ମଧ୍ୟ ଥିଲା। ହେଲେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ।