fbpx

Breaking: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ରାଜନଗର: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା । ଦୀର୍ଘ ୩ ମାସ ପରେ ଏହି ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଭିତରକନିକା ଖୋଲିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, କୁମ୍ବୀର ପ୍ରଜନନ ପାଇଁ ମେ’ ମାସ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହା ବନ୍ଦ ଥିଲା ।

୩ ମାସ ପରେ ଏହି ଜାତୀୟ ଉଦ୍ୟାନ ଖୋଲୁଥିବାରୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅପରପକ୍ଷେ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ବନ ବିଭାଗ ସମସ୍ତ ପ୍ରସ୍ତୁତି ଶେଷ କରିଛି । ମେ’ ମାସ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ବନ୍ଦ ରହିଥିଲା । ଏହି ସମୟରେ କୁମ୍ଭୀରମାନେ ହିଂସ୍ର ଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ ରଖାଯାଇଥିଲା । ତେବେ ଭିତରକନିକାରେ ପ୍ରଥମଥର ନିର୍ମାଣ କରାଯାଇଛି ସ୍କାଏୱାର୍କ । ଜଙ୍ଗଲ ଉପରେ ଚାଲିଚାଲି ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ପର୍ଯ୍ୟଟକ ।

ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କ ସହ ଭିତରକନିକା ଉପରେ ନିର୍ଭର କରୁଥିବା ବୋଟ, ହୋଟେଲ, ଟ୍ରାଭେଲ ଏଜେନ୍ସି, ଛୋଟ ବ୍ୟବସାୟ, ଟୁରିଷ୍ଟ ଗାଇଡମାନେ ଚଳଚଞ୍ଚଳ ହୋଇଉଠିଛନ୍ତି ।

Get real time updates directly on you device, subscribe now.