କ୍ୟାନ୍ସରର ସବୁଠୁ ବଡ଼ କାରଣ ‘ଦୁର୍ଭାଗ୍ୟ’! ଆମେରିକା ବୈଜ୍ଞାନିକମାନଙ୍କ ବଡ ଦାବି

ନୂଆଦିଲ୍ଲୀ: କ୍ୟାନ୍ସର ଦୁନିଆର ସବୁଠୁ ଭୟଙ୍କର ରୋଗରୁ ଅନ୍ୟତମ। ଯାହା କ୍ୟାନ୍ସର କୋଷିକାଗୁଡିକୁ ଅସାମାନ୍ୟ ଭାବେ ବଢିବାରୁ ହୋଇଥାଏ। ଏଥିପାଇଁ ଗୋଟିଏ ନୁହେଁ, ଅନେକ ଗୁଡିଏ କାରଣ ରହିଛି। ଯେଉଁଥିରେ ଖରାପ ଲାଇଫଷ୍ଟାଇଲ, ସିଗାରେଟ-ଗୁଟଖା, ମଦ ଅଧିକ ସେବବ କରିବା ଦ୍ୱାରା ହୋଇଥାଏ। ହେଲେ ଆପଣ ଜାଣିଛନ୍ତି କି ଯଦି ଭାଗ୍ୟ ଅଧିକ ଖରାପ ହେବା କ୍ୟାନ୍ସରର ସବୁଠୁ ବଡ଼ କାରଣ ହୋଇପାରେ। ଏହା ଆମେ ନୁହେଁ, ଆମେରିକାର ବୈଜ୍ଞାନିକମାନଙ୍କ ବଡ଼ ଦାବି ଅଟେ। ଆମେରିକାର ଜନ୍ସ ହାପକିନ୍ସ କିମେଲ କ୍ୟାନ୍ସର ସେଣ୍ଟରର ବୈଜ୍ଞାନିକଙ୍କ ବଡ଼ ଦାବି ହେଉଛି ଯେ, କ୍ୟାନ୍ସର ଖରାପ ଭାଗ୍ୟ ଯୋଗୁଁ ହୋଇଥାଏ।

ଆମେରିକା ବୈଜ୍ଞାନିକମାନଙ୍କ ଏକ ଷ୍ଟାଷ୍ଟିକାଲ ମଡେଲରୁ ଜଣାପଡିଛି ଯେ, ଯୁବାବସ୍ଥାରେ ଅଧିକ କ୍ୟାନ୍ସର ରାଣ୍ଡମ ମ୍ୟୁଟେସନ କାରଣରୁ ହେଉଛି, ଯାହା ଷ୍ଟେମ ସେଲ୍ସର ବିଭାଜନର ସମୟ ହୋଇଥାଏ। Johns Hopkins University School of Medicine ର ପ୍ରଫେସର Bert Vogelstein  କହିଛନ୍ତି ଯେ, ସବୁ ପ୍ରକାର କ୍ୟାନ୍ସର ପରିବେଶ କାରକ, ଦୁର୍ଭାଗ୍ୟ ଏବଂ ବଂଶାନୁକ୍ରମିକ କାରଣରୁ ହେଉଛି।

ଏଥିପାଇଁ ଏକ ମଡେଲ ପ୍ରସ୍ତୁତ କରାଯାଇଥିଲା। ଯାହା, ଏହି ତିନୋଟି କାରଣରୁ ସବୁଠୁ ବଡ଼ କାରଣ କେଉଁଟା। ପ୍ରଫେସର ବର୍ଟ ଚେତାବନୀ ଦେଇଛନ୍ତି ଯେ, ଖରାପ ଲାଇଫଷ୍ଟାଇଲ କ୍ୟାନ୍ସରରେ ବ୍ୟାଡ ଲକ ଫ୍ୟକ୍ଟର ବଢାଇପାରେ। ଏହି ରିସର୍ଚ୍ଚରେ କୁହାଯାଇଛି ଯେ, ଧୂମପାନ ଏବଂ ଖରାପ ଲାଇଫଷ୍ଟାଇଲରେ କ୍ୟାନ୍ସରର ବିପଦ ବଢିପାରେ।

ଏକ ରିସର୍ଚ୍ଚର ତୁଳନାତ୍ମକ ଅଧ୍ୟୟନ କରିବା ପରେ ବୈଜ୍ଞାନିକଙ୍କୁ ଜଣାପଡିଥିଲା ଯେ, ଷ୍ଟେମ ସେଲ୍ସ ସାରା ଜୀବନରେ ୩୧ ଟିଶୁଜରେ ବିଭାଜିତ ହୋଇଥାଏ ଏବଂ ସେଥିରୁ କ୍ୟାନ୍ସରର ବିପଦ ଜନ୍ମ ନେଇଥାଏ।

ଷ୍ଟଡିରେ ଜଣାପଡିଥିଲା ଯେ, ୬୦ ପ୍ରତିଶତ କ୍ୟାନ୍ସର ଷ୍ଟେମ ସେଲ୍ସର ଡିଭିଜନ ଏବଂ ମ୍ୟୁଟେସନରୁ ପ୍ରଭାବିତ ହୋଇ ଚାଲିଥାଏ। ଏହି ପ୍ରୋସେସକୁ ବୈଜ୍ଞାନିକମାନେ ଦୁର୍ଭାଗ୍ୟ କୁହନ୍ତି। ଏହି କାରଣରୁ ୨୨ ପ୍ରକାରର କ୍ୟାନ୍ସର ହୋଇପାରେ। ଯେତେବେଳେ ପରିବେଶ କାରକ ବା ଅନିୟମିତତା ଲାଇଫଷ୍ଟାଇଲରେ ବାକି ୯ଟି କ୍ୟାନ୍ସର ହୋଇଥାଏ। ଏହି କାରଣରୁ ସମସ୍ତଙ୍କୁ ସତର୍କ ରହିବା ଆବଶ୍ୟକ।

Get real time updates directly on you device, subscribe now.