fbpx

ହେବାକୁ ଯାଉଛି ସବୁଠୁ ବଡ ଗ୍ରହ ପରିବର୍ତ୍ତନ: ଏହି ରାଶି ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ତିଥି , ବାର , ସମୟ ଆଦିକୁ ନେଇ ଗ୍ରହ ନକ୍ଷତ୍ରମାନେ ସେମାନଙ୍କ ଗତିପଥ ଏବଂ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ବ୍ୟକ୍ତିଙ୍କ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ ।ଯାହାଫଳରେ କିଛି ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ ତ ଆଉ କିଛି ରାଶିର ବ୍ୟକ୍ତିମାନଙ୍କୁ ଜଗିରଖି ଚଳିବାକୁ ହୋଇଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନିକଟରେ ଏକ ବଡ ଗ୍ରହର ଗତିପଥ ପରିବର୍ତ୍ତନ ହେବାକୁ ଯାଉଛି । ଫଳରେ ଏହା କିଛି ରାଶିର ବ୍ୟକ୍ତିମାନଙ୍କ ଉପରେ ପ୍ରଭାବ ପକାଇବ । ବର୍ତ୍ତମାନ ଆସନ୍ତୁ ଜାଣିବା ସେପ୍ଟେମ୍ବରରେ କେଉଁ ଗ୍ରହର ଗତିପଥ ପରିବର୍ତ୍ତନ ହେବ ଏବଂ କେଉଁ ରାଶି ଉପରେ ଏହାର ପ୍ରଭାବ ପଡିବ ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା କୁହାଯାଇଥାଏ । କାରଣ ସୂର୍ଯ୍ୟଙ୍କ ଗୋଚର ବା ଗତିପଥ ପରିବର୍ତ୍ତନ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ୫ ଦିନ ପରେ ଅର୍ଥାତ ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ସୂର୍ଯ୍ୟ ତାଙ୍କ ଗତିପଥ ଏବଂ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାଫଳରେ ୬ଟି ରାଶିର ବ୍ୟକ୍ତିମାନଙ୍କ ଉପରେ ଏହାର ପ୍ରଭାବ ପଡିବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ସୂର୍ଯ୍ୟ ଗୋଚରର ପ୍ରଭାବ ପଡିବ ।

ବୃଷ: ସୂର୍ଯ୍ୟଙ୍କ ଗତି ପରିବର୍ତ୍ତନ ହେତୁ ବୃଷ ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ଫଳ ପ୍ରାପ୍ତି ହେବ । ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ମନ ମଧ୍ୟ ପ୍ରଫୁଲ ରହିବ । ଏହି ରାଶିର ବ୍ୟକ୍ତିମାନେ ଧର୍ଯ୍ୟହରା ନହୋଇ କାର୍ଯ୍ୟ କରନ୍ତୁ ସଫଳତା ହେବାର ଆଶଙ୍କା ରହିଛି । ତେବେ ଏମାନେ ଚାକିରୀ କ୍ଷେତ୍ରରେ ନିଜ ଅଧିକାରୀମାନଙ୍କ ନିକଟରୁ ସହାୟତା ପାଇବେ ।

ସିଂହ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶିର ବ୍ୟକ୍ତିମାନଙ୍କ ମନୋବଳ ଦୃଢ ସହ ମନ ଖୁସି ରହିବ । ବଡ ଅଧିକାରୀଙ୍କ ସହାୟତାରେ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କାମ ହେବାର ଆଶଙ୍କା ରହିଛି । ପାରିବାରିକ ଜୀବନରେ ସୁଖ ଶାନ୍ତି ଲାଗି ରହିବା ସହ ଜୀବନରେ ଉନ୍ନତି ହେବ ।

କନ୍ୟା:ସୂର୍ଯ୍ୟଙ୍କ ଗତିପଥ ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିମାନଙ୍କ ଆୟ ବୃଦ୍ଧି ପାଇବା ସହ ବ୍ୟବସାୟୀମାନେ ସମ୍ମାନ ପାଇବେ ।ଏହି ରାଶିର ବ୍ୟକ୍ତିମାନେ ଶିକ୍ଷା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ।

ତୁଳା: ଏହି ରାଶିର ବ୍ୟକ୍ତିମାନଙ୍କ ଉପରେ ସୂର୍ଯ୍ୟଙ୍କ ଗତି ପରିବର୍ତ୍ତନର ପ୍ରଭାବ ପଡିବା ସହ ମନରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ । ଯାହା ଦ୍ୱାରା ସେମାନେ ଗୋଟିଏ ପରେ ଗୋଟିଏ ସଫଳତା ପାଇଥାନ୍ତି । ଏଥିସହିତ ପରିବାରରେ ମଧ୍ୟ ସୁଖ ଶାନ୍ତି ଲାଗି ରହିବା ସହ ଆର୍ଥିକ ସ୍ଥିତି ସୁଦୃଢ ହେବ ।

କୁମ୍ଭ:ପାଠ ପଢ଼ାରେ ଆଗ୍ରହ ବଢିବା ସହ କଠିନ ପରିଶ୍ରମର ଫଳ ମିଳିବ । ଜୀବନରେ ଉନ୍ନତି ହେବା ସହ ଆୟ ବୃଦ୍ଧି ପାଇବ ।

ମୀନ:ସୂର୍ଯ୍ୟଙ୍କ ଗତି ଏବଂ ରାଶି ପରିବର୍ତ୍ତନ ମୀନ ରାଶିର ବ୍ୟକ୍ତିମାନଙ୍କ ଉପରେ ଅନେକ ଭଲ ପ୍ରଭାବ ପକାଇବ । ଏହି ରାଶିର ବ୍ୟକ୍ତିମାନଙ୍କ ବୈବାହିକ ଜୀବନ ସୁଖ ମୟ ହେବା ସହ ପରିବାବରେ ସୁଖ ସମୃଦ୍ଧି ଲାଗି ରହିବ ।

Get real time updates directly on you device, subscribe now.