fbpx

ରକ୍ତମୁଖା ସାଜିଛି ଟ୍ରେନ୍ ; ଆଠ ଦିନରେ ନେଲାଣି ୨୯୪ ମୁଣ୍ଡ

ଭୁବନେଶ୍ୱର : ଯାତ୍ରା ପାଇଁ ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ଥିବା ଟ୍ରେନ୍ ଏବେ ମୁଣ୍ଡ ନେବାରେ ଲାଗିଛି । ଗତ ସପ୍ତାହରେ କରମଣ୍ଡଳ ତା’ର କରାଳ ରୂପ ଦେଖାଇଥିଲା । ଦ୍ରୁତ ଗତିରେ ହେଉ ଅବା ଟେକ୍ନିକାଲ ଭୁଲ ଯୋଗୁଁ ହେଉ ଗୋଟିଏ ରାତିରେ ୨୮୮ ଜୀବନ ନେଇଥିଲା । ଆଉ ହଜାର ହଜାର ଲୋକ ଏବେ କି ଜୀବନ ଯନ୍ତ୍ରଣା ସହ ଲଢୁଛନ୍ତି । ତେବେ ଏହି ଘଟଣା ମନରୁ ଲିଭି ନଥିବା ବେଳେ ଗତକାଲି ଯାଜପୁର ଏକ ଆଲୋଡନ ସୃଷ୍ଟି କରିଛି । ଏକ ମାଲ ଗାଡି ପବନରେ ଗଡିଯାଇ ୬ ଜଣଙ୍କ ମୁଣ୍ଡ ନେଇଛି ବୋଲି କୁହାଯାଉଛି । ଏହି ଘଟଣା ସାମ୍ନାକୁ ଆସିଲା ପରେ ଲାଗୁଛି ସତେ ଯେମିତି ଟ୍ରେନ୍ ଗାଡି ଏବେ ରକ୍ତ ମୁଖା ସାଜିଛି । ଗୋଟିଏ ପରେ ଗୋଟିଏ ଏମିତି ଶହ ଶହ ଜୀବନ ନେବାରେ ଲାଗିଛି ।

କରମଣ୍ଡଳ ଟ୍ରେନ୍ ଟେକ୍ନିକାଲ ବା ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଅଘଟଣ ଘଟିବା ଯଦିଓ ଗ୍ରହଣୀୟ ନୁହେଁ, ତଥାପି ଲୋକମାନେ ତାହାକୁ ବୁଝି ପାରୁଛନ୍ତି । କିନ୍ତୁ ଏକ ଟ୍ରେନ୍ ଟ୍ରାକ୍ ରେ ଠିଆ ହୋଇଥିବା ବେଳେ ଜୋର ପବନ ହେବା ଓ ଟ୍ରେନ୍ ଟି ଗଡିବା, ପୁଣି ସେହି ଟ୍ରେନ୍ ଚକା ତଳେ ୬ ଜଣଙ୍କ ଜୀବନ ଯିବା କଦାପି ଗ୍ରହଣୀୟ ନୁହେଁ । ଏହାକୁ ନେଇ ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଲାଗୁଛି ସତେ ଯେମିତି ଟ୍ରେନ୍ ଟି ଏବେ ରକ୍ତ ମୁଖା ପାଲଟିଛି ଏବଂ ଜୀବନ ନେବା ପାଇଁ ଟ୍ରାକ୍ ରେ ଦୌଡୁଛି । ଟ୍ରାକ୍ ରେ ଦୌଡୁଥିବା ଟ୍ରେନ୍ କୁ ଦେଖିଲେ ଏବେ ଲୋକମାନେ ମଧ୍ୟ ଭୟ କରୁଛନ୍ତି ।

Get real time updates directly on you device, subscribe now.