ଗାଁରେ ଚାଞ୍ଚଲ୍ୟ; ଘର ଭିତରୁ ଉଦ୍ଧାର ହେଲା ଦମ୍ପତ୍ତିଙ୍କ ମୃତଦେହ

ଘର ଭିତରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: ଏକ ଆଶ୍ଚର୍ଯ୍ୟଜନକ ମାମଲା କଣ୍ଟାବାଞ୍ଜିରେ ଦେଖିବାକୁ ମିଳିଛି। ଘର ଭିତରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୁରିବାହାଲ ଥାନା ଗୁଡ଼ିଘାଟ ଗାଁରେ ଏ ନେଇ ଚାଞ୍ଚଲ୍ୟ ଖେଳିଯାଇଛି।

ଦମ୍ପତ୍ତିଙ୍କ ମୃତ୍ୟୁ କିପରି ଘଟିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପୋଲିସ ପଠାଇବା ଲାଗି ବ୍ୟବସ୍ଥା ଚଳାଇଛି। ଏହାପରେ ଜଣାପଡିବ ମୃତ୍ୟୁର କାରଣ।