fbpx

ଜାନୁୟାରୀ ୩୧ରୁ ଆରମ୍ଭ ହେବ ସଂସଦରେ ବଜେଟ୍‍ ଅଧିବେଶନ; ସମୁଦାୟ ୨୭ଟି କାର୍ଯ୍ୟଦିବସରେ ଆଲୋଚନା ହେବ ସାଧାରଣ ବଜେଟ୍‍ ଓ ବ୍ୟୟ ମଞ୍ଜୁରୀ ବିଲ୍‍

Advertisement

ନୂଆଦିଲ୍ଲୀ: ଜାନୁୟାରୀ ୩୧ରୁ ଆରମ୍ଭ ହେବ ସଂସଦର ବଜେଟ୍‍ ଅଧିବେଶନ । ଏହା ଏପ୍ରିଲ୍‍ ୬ ତାରିଖରେ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସାଧାରଣ ବିରୋଧି ଦିନଗୁଡ଼ିକୁ ଛାଡ଼ି ସମୁଦାୟ ୬୬ ଦିନରେ ୨୭ଟି ଅଧିବେଶନ ଦିବସ ରହିବ ବୋଲି ସେ ସୂଚନା ଦେଇଛନ୍ତି ।

ପରାମ୍ପରା ଅନୁସାରେ, ବଜେଟ୍‍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନଙ୍କୁ ମିଳିତ ଭାବରେ ଉଦ୍‍ବୋଧନ ଦେବେ । ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ଉପସ୍ଥାପନ କରିବା ପରେ ୧୪ ତାରିଖରୁ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଅଧିବେଶନରେ ବିରତି ରହିବ । ଏହି ସମୟରେ ବିଭିନ୍ନ ବିଭାଗ ସହିତ ରହିଥିବା ସଂସଦୀୟ ଷ୍ଟାଣ୍ଡିଂକମିଟି ଆର୍ଥିକ ମଞ୍ଜୁରୀ ପାଇଁ ସରକାରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଦାବି ସବୁକୁ ଯାଞ୍ଚ କରି ସମ୍ପୃକ୍ତ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ ରିପୋର୍ଟ ଦେବେ ।

Get real time updates directly on you device, subscribe now.