ବିବାହ ମଣ୍ଡପରେ ପସନ୍ଦ ଆସିଲାନି ଗୀତ, ରାଗି ଯାଇ ତାଣ୍ଡବ ରଚିଲା ଶଣ୍ଢ
ବାହାଘରରେ ଗୀତ ଶୁଣି ରାଗିଗଲା ଶଣ୍ଢ। ଆଉ ଲୋକଙ୍କ ଉପରେ ଚଢ଼ି ବାହାଘର ମଣ୍ଡପକୁ ଛିନଛତର କରିଦେଲା।
ନୂଆଦିଲ୍ଲୀ: ଯେତେବେଳେ ଘରେ କିଛି ବିବାହ ଭୋଜିର ଆୟୋଜନ ହୁଏ। ସେତେବେଳେ ସବୁ ଚେଷ୍ଟା ପରେ ବି କେତେବେଳେ କେଉଁଠି କିଛି ଭୁଲ ହୋଇଯାଏ। ଯାହାକୁ ନେଇ ନିମନ୍ତ୍ରିତ ଅତିଥି ହୁଅନ୍ତୁ କିମ୍ୱା ବିନା ନିମନ୍ତ୍ରଣରେ ଆସିଥିବା ଲୋକ କିଛି ନା କିଛି ହଙ୍ଗାମା କରନ୍ତି।
ହେଲେ ଏବେ ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଥିରେ ବାହାଘର କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ କୌଣସି ମଣିଷ ନୁହେଁ ବରଂ ଗୋଟେ ଶଣ୍ଢ ପୁରା ବାହାଘର ମାହୋଲକୁ ବିଗାଡି ଦେଇଛି। ଯାହାକୁ ଦେଖି ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ବାହାଘରରେ ଶଣ୍ଢର ତାଣ୍ଡବ: ତେବେ ଏହି ଘଟଣାଟି କେଉଁଠିକାର ତାହା ଜଣାପଡିନାହିଁ। କିନ୍ତୁ ଭାଇରାଲ ଭିଡ଼଼ିଓ ଅନୁସାରେ, ଗୋଟେ ଶଣ୍ଢ ପୁରା ବାହାଘର ମଣ୍ଡପକୁ ଛିନ ଛତର ଖରିଦେଇଛି।
କୁହାଯାଉଛି ଶଣ୍ଢକୁ କାଳେ ବାହାଘରରେ ଆୟୋଜନ କରାଯାଇଥିବା ନାଚ ଗୀତ ପସନ୍ଦ ଆସିଲାନି। ସେଥିପାଇଁ ସେ ରାଗି ଗଲା। ଆଉ ଷ୍ଟେଜ ଉପରକୁ ଚଢ଼ିଯାଇ ତାଣ୍ଡବ ରଚିଲା। ଆଉ ଶଣ୍ଢ ଭୟରେ ଏଣେତେଣେ ଦୌଡିଲେ ଲୋକେ।
ବାହାଘର ଆୟୋଜନ: ତେବେ ଭାଇରାଲ ଭିଡ଼ିଓରେ ଡଦେଖିବାକୁ ମିଳୁଛି ଯେ, ଏକ ବାହାଘରର ଆୟୋଜନ ଚାଲିଥିଲା। ମଣ୍ଡପ ବି ସଜା ଯାଇଥିଲା। ନାଚ ଗୀତର ବି ଆୟୋଜନ କରାଯାଇଥିଲା। ବ୍ୟାଣ୍ଡ ବାଜା ଡକାଯାଇଥିଲା।
ଆଉ ଷ୍ଟେଜ ସଜାଯାଇ ସନ୍ଧ୍ୟାର ସଙଅଗୀତ କାର୍ଯ୍ୟକ୍ରମ ମଧ୍ୟ ଚାଲିଥିଲା। ଆଉ ବ୍ୟାଣ୍ଡ ବାଜାର ତାଳେ ତାଳେ ଝୁମୁଥିଲେ ବାହାଘରରେ ଉପସ୍ଥିତି ଥିବା ଲୋକେ। ହେଲେ ଯେତେବେଳେ ଷ୍ଟେଜ ଉପରେ ଗୀତ ବାଜିବା ଆରମ୍ଭ ହେଲା ସେତେବେଳେ ଷଣ୍ଢଟି ରାଗିଗଲା।
ୟୁଜର୍ସଙ୍କ କମେଣ୍ଟ: ଆଉ ରାଗିଯାଇ ସିଧା ଲୋକଙ୍କ ଉପରେ ଚଢ଼ି ଷ୍ଟେଜ ଉପରେ ତାଣ୍ଡବ ରଚିଲା। ଏହି ସମୟରେ ଗିଟାର, ଡ୍ରମ୍ ଏବଂ ସ୍ପିକର ପବନରେ ଖାଲି ଉଡୁଥିବାର ନଜର ଆସିଲା। ଆଉ ଏହି ଭିଡ଼ିଓଟି ପୋଷ୍ଟ ହେବାର କିଛି ସମୟ ମଧ୍ୟରେ କୋଟିଏ ଲୋକ ଏହାକୁ ଦେଖିସାରିଥିଲେ।
ଯାହାକୁ ଦେଖି କିଛି ୟୁଜର୍ସ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି। ଆଉ ଲେଖିଛନ୍ତି ଭାଇ ଶୀଘ୍ର ଏ ଗୀତ ବଦଳାଅ, ନ ହେଲେ ଏ ତୁମ ଜୀବନ ବଦଳାଇ ଦେବ। ସେହିପରି ଆଉ ଜଣେ ଲେଖିଛନ୍ତି ଷଣ୍ଢକୁ ଗୀତ ପସନ୍ଦ ଆସିଲାନି ସେଥିପାଇଁ ସେ ରାଗିଗଲା।