fbpx

ବିନା ଡ୍ରାଇଭରରେ ପାର୍କିଂରୁ ବାହାରି ନଦୀରେ ଖସିପଡ଼ିଲା କାର୍, ସାମ୍ନାକୁ ଆସିଲା Video

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ରୋମାଞ୍ଚକର ଓ ମନୋରଞ୍ଜନ ଭିଡିଓ ସାମ୍ନାକୁ ଆସୁଛି । ଏଥିରୁ କିଛି ଭିଡିଓ ଭାଇରାଲ ହେଉଛି ତ ଆଉ କିଛି ଭିଡିଓ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ନିକଟରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସାଧାରଣତଃ ଅବହେଳା ହେତୁ ସଡ଼କ ଦୁର୍ଘଟଣା ହେଉଥିବା ଦୃଶ୍ୟ ତ ଆପଣମାନେ ଦେଖିଥିବେ । ସଡ଼କ ଦୁର୍ଘଟଣାର ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ତ୍ତମାନ ଏଭଳି ଏକ ନିଆରା ଭିଡିଓ ଆସିଛି, ଯେଉଁଥିରେ ଗୋଟିଏ କାର ଆପେ ଆପେ ଗଡ଼ି ନଦୀରେ ପଡ଼ିଥିବାର ଦେଖିବାକୁ ମିଳିଛି ।

କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି କି, ସେହି କାରରେ କେହି ବସିନଥିଲେ । ଗଡ଼ାଣିଆ ଜାଗାରେ ପାର୍କ କରିବା ଓ ହ୍ୟାଣ୍ଡ ବ୍ରେକ ନଲଗାଇବା କାରଣରୁ କାରଟି ସ୍ଲିପ୍ ହୋଇ ରାସ୍ତା ଅତିକ୍ରମ କରିବା ସହ ନଦୀରେ ଖସିପଡିଥିଲା । ଏହି ସମୟରେ କାରଟି ୨ ଥର ରାସ୍ତା ଅତିକ୍ରମ କରିଥିଲା । ଖାସ୍ କଥା ହେଉଛି କି, ସେହି ସମୟରେ ରାସ୍ତାରେ ଯାଉଥିବା କାରଗୁଡ଼ିକରୁ ମଧ୍ୟ ତାର କିଛି କ୍ଷତି ହୋଇନଥିଲା ।

ତେବେ ଭିଡିଓଟି ଲାତାଭିଆର ରାଜଧାନୀ ରିଗାର ବୋଲି କୁହାଯାଉଛି । ହ୍ୟାଣ୍ଡବ୍ରେକ୍ ଲଗାଇ ନ ଥିବାରୁ କାରଟି ନଦୀରେ ପଡ଼ିଥିବାର ଦେଖାଯାଉଛି । ବର୍ତ୍ତମାନ ଏହି ଭିଡିଓକୁ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ୟୁଜର୍ସ ଦେଖିସାରିଲେଣି । କୁହାଯାଉଛି ଯେ, ବହୁ ପରିଶ୍ରମ ପରେ ଜରୁରୀକାଳୀନ ସେବାର କର୍ମଚାରମାନେ କାରଟିକୁ ପାଣି ତଳୁ ଖୋଜିପାଇଥିଲେ ଓ ଏହାକୁ ପାଣି ଭିତରୁ ବାହାରକୁ ଆଣିଥିଲେ ।

Get real time updates directly on you device, subscribe now.