ଅହମଦାବାଦ ବିମାନ ଦୁର୍ଘଟଣା: ବ୍ଲାକବକ୍ସ ରିପୋର୍ଟ ଆସିଲେ ଜଣାପଡ଼ିବ ଦୁର୍ଘଟଣାର କାରଣ
DNA ଟେଷ୍ଟ ପରେ ପରିବାରକୁ ଦିଆଯାଉଛି ମୃତଦେହ।
ଅହମଦାବାଦ: ଅହମଦାବାଦ ବିମାନ ଦୁର୍ଘଟଣା ନେଇ ପ୍ରେସମିଟ୍। ପ୍ରେସମିଟ୍ କରୁଛନ୍ତି ବିମାନ ଚଳାଚଳ ମନ୍ତ୍ରୀ। ଅହମଦାବାଦରେ ଗତ ଗୁରୁବାର ଦିନ ଏୟାର ଇଣ୍ଡିଆ ବିମାନର ଏକ ଭୟାନକ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ଏବେସୁଦ୍ଧା ପାଖାପାଖି ୨୭୪ରେ ପହଞ୍ଚିଛି।
ଯାହାକୁ ନେଇ ଚଦନ୍ତ ଆରମ୍ଭ ହୋଇଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ବିମାନ ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୨୪୧ ଜଣଙ୍କର ମୃ୍ୟୁ ହୋଇଥିବା ବେଳେ, ଜଣେ କେବଳ ସୌଭାଗ୍ୟ ବସତଃ ବଞ୍ଚିଯାଇଛନ୍ତି।
ଯେହେତୁ ବିମାନ ଦୁର୍ଘଟଣା କାହିଁକି ହେଲା ତାହା ଏବେସୁଦ୍ଧା ଜଣା ପଡିନାହିଁ। କାରଣ ଏହି ଦୁର୍ଘଟଣାରେ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହାପରେ ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ଯେଉଁ ହଷ୍ଟେଲରେ ମାଡ଼ ହୋଇ ବିମାନ ନଷ୍ଟ ହୋଇଥିଲା ସେହି ହଷ୍ଟେଲ ଛାତ ଉପରୁ ବିମାନର ବ୍ଲାକବକ୍ସ ମିଳିଛି।
ତେଣୁ ବ୍ଲାକବକ୍ସର ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିଲେ ବିମାନ ଦୁର୍ଘଟଣା କାହିଁକି ହେଲା ତାର ସତ୍ୟତା ଜଣାପଡିବ ବୋଲି କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ।
ମନ୍ତ୍ରୀଙ୍କ କହିବା କଥା ବିମାନ ଗୁରୁବାର ଦିନ ଅପରାହ୍ନ ୧.୩୯ ମିନିଟରେ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବାର କିଛି ସେକେଣ୍ଡ ମଧ୍ୟରେ ବିମାନ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ବେଳେ ୬୫୦ ଫୁଟ ଉଚ୍ଚରେ ଥିଲା ବିମାନ। ପାଇଲଟ୍ ଜରୁରୀ ସମ୍ପର୍କ ପାଇଁ ପ୍ରୟାସ କରିଥିଲେ।
ହେଲେ ପରେ କୌଣସି ଯୋଗାଯୋଗ ହୋଇପାରିନଥିଲା। ଏନେଇ ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ଏକ ଅତି ଦୁଃଖଦାୟକ ଘଟଣା। ମୃତକଙ୍କ ପରିବାରକୁ ଆମେ ସମବେଦନା ଜଣାଉଛୁ। DNA ଟେଷ୍ଟ ପରେ ମୃତଦେହ ହସ୍ତାନ୍ତର ହେଉଛି।