fbpx

ଭାରତକୁ ଆସୁଥିବା ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା କୋହଳ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବିଶ୍ୱରେ ବର୍ତ୍ତମାନର କୋଭିଡ ସ୍ଥିତି ଏବଂ ଟିକାଦାନ କ୍ଷେତ୍ରରେ ହାସଲ ହୋଇଥିବା ଉପଲବ୍ଧିକୁ ବିଚାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ଥିବା କୋଭିଡ ନିୟମ ସଂକ୍ରାନ୍ତ ମାର୍ଗଦର୍ଶିକାକୁ ଅଧିକ କୋହଳ କରିଛି । ଏହି ନୂଆ ମାର୍ଗଦର୍ଶିକା ବା ନିର୍ଦ୍ଦେଶାବଳୀ ୨୦୨୩ ଜୁଲାଇ ୨୦ ତାରିଖ ଅର୍ଥାତ୍ ୧୯ ତାରିଖ ରାତି ୧୨ଟାରୁ ଲାଗୁ ହେବ । ଏଯାଏ ବିଦେଶୀ ଯାତ୍ରୀଙ୍କ ମଧ୍ୟରୁ ୨ଶତାଂଶଙ୍କର ଯେଉଁ ଆରଟି-ପିସିଆର ପରୀକ୍ଷା ର‌୍ୟାଣ୍ଡମ ଭିତ୍ତିରେ କରାଯାଉଥିଲା ତାହାକୁ ନୂଆ ମାର୍ଗଦର୍ଶିକାରେ ବନ୍ଦ କରାଯାଇଛି ।

ତେବେ ବିମାନ ଚଳାଚଳ ସଂସ୍ଥାର ଓ ଏହାର କର୍ମଚାରୀ ତଥା ଆନ୍ତର୍ଜାତିକ ଯାତ୍ରୀମାନେ ପୂର୍ବରୁ ଯେଉଁ କୋଭିଡ ବିରୋଧୀ ସତର୍କତା ଅବଲମ୍ବନ କରୁଥିଲେ ତାହା ଅନ୍ୟାଦେଶ ପର୍ଯ୍ୟନ୍ତ ଭାରତରେ ବଳବତ୍ତର ରହିବ । ଏହି ଅପଡେଟେଡ୍ ଗାଇଡ୍ ଲାଇନ କେନ୍ଦ୍ର ସ୍ୱାସ୍ଥ୍ୟଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସରକାରୀ ୱେବସାଇଟ୍ https://www.mohfw.gov.in ରେ ଉପଲବ୍ଧ । ପରିସ୍ଥିତିରେ ଉନ୍ନତି ସତ୍ତ୍ୱେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ-୧୯ ସ୍ଥିତିକୁ ଅତ୍ୟନ୍ତ ନିବିଡ ଭାବେ ପର୍ଯ୍ୟବେକ୍ଷଣ କରୁଛି ।

 

Get real time updates directly on you device, subscribe now.