ନୂଆଦିଲ୍ଲୀ: ପବିତ୍ର ଯମୁନା ନଦୀକୁ ଛୁଇଁବା ମନା । ଗାଧୋଇବା ତ ଦୂରର କଥା ଜଳସେଚନ ପାଇଁ ମଧ୍ୟ ଉପଯୁକ୍ତ ନୁହେଁ ଯମୁନା ପାଣି । ଏହାକୁ ପିଇବା ଦ୍ବାରା କିଡନୀ ରୋଗ, କର୍କଟ ଏବଂ ହୃଦରୋଗ ହେବାର ସମ୍ଭାବନା ଅଧିକ ରହିଛି । ଏହି ପାଣିରେ କ୍ରୋମିୟମ, ନିକେଲ ଏବଂ ଆଇଉରନ ଭଳି ଭାରି ଧାତୁ ରହିଥିବା କାରଣରୁ ଏହି ରୋଗର ସମ୍ଭାବନା ଅଧିକ ବୋଲି କେନ୍ଦ୍ରୀୟ ଜଳ କମିଶନଙ୍କ ଷ୍ଟାଟସ ଅଉ ଟ୍ରେସ ଆଣ୍ଡ ଟକ୍ସିସ ମେଟାଲ୍ସ ଇନ୍ ଇଣ୍ଡିଆନ ରିଭର୍ସ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି ।
ଇଲେକ୍ଟ୍ରୋପ୍ଲେଟିଂ ୟୁନିଟ୍, କେମିକାଲ କାରଖାନାର ବର୍ଯ୍ୟବସ୍ତୁ, ରିଫାଇନିଂ, ଅଧାପୋଡା ଦ୍ରବ୍ୟ, ଡିଟରଜେଣ୍ଟ, ଅଳିଆ, ସାର ଇତ୍ୟାଦି ପାଇଁ ପାଣି ଦୂଷିତ ହେଉଛି । କହିରଖୁଛୁ କୁ, ଆଗ୍ରାର ଜୀବନ ମଣ୍ଡି ଏବଂ ସିକନ୍ଦରା ଓ୍ବାଟର ପାର୍କ ରହିଛି । ତେବେ ଏଥିରେ ପାଣିକୁ ପରୀକ୍ଷା କରାଯାଇ ସହରକୁ ଯୋଗାଇ ଦିଆଯାଇଥାଏ । କିନ୍ତୁ ଭାରି ଧାତୁ ଚିହନଟ ପାଇଁ ଏଠାରେ ମେସିନର ସୁବିଧା ନାହିଁ । ତେବେ ଜଳ କମିଶନ ପକ୍ଷରୁ କିଛି ସ୍ଥାନରୁ ପାଣି ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ଯାଞ୍ଚରେ ଏଥିରେ ଭାରି ଧାତୁ ଥିବା ଜଣାପଡିଥିଲା । ତେବେ ଦେଶର 187 ସହରର ପାଣିରେ ଭାରି ଧାତୁ ରହିଥିବା ଜଣାପଡିଛି । ପରୀକ୍ଷା ସମୟରେ ପାଣିରୁ ଆର୍ସେନିକ, କ୍ରୋମିୟମ, କପର, ନିକେଲ ଏବଂ ଜିଙ୍କ୍ ମିଳିଛି । ଏହି ପାଣି ପିଇଲେ କର୍କଟ, ହୃତପିଣ୍ଡ ଜନିତ ରୋଗ, ଚର୍ମ ରୋଗ ଏବଂ ଯକୃତରେ ସମସ୍ୟା ଦେଖାଯିବାର ସମ୍ଭାବନା ଅଧିକ ରହିଥାଏ । ବର୍ତ୍ତମାନ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।