fbpx

ନାମିବିଆରୁ ଆସିବା ପରେ ଭାରତରେ ପ୍ରଥମ ଶିକାର କଲେ ଚିତା: ସୂଚନା ଦେଲା ବନ ବିଭାଗ

ନୂଆଦିଲ୍ଲୀ: ନାମିବିଆରୁ କୁନୋ ନେସନାଲ ପାର୍କକୁ ଆସିଥିବା ଚିତା ପ୍ରାୟ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ମଧ୍ୟ ପୁଣିଥରେ ଏମାନେ ଆଲୋଚନାର ବିଷୟ ପାଲଟିଛନ୍ତି । ଭାରତକୁ ଆସିବାର ଏତେ ଦିନ ପରେ ଆଜି ଏମାନେ ପ୍ରଥମ ଶିକାର କରିଥିବା ସୂଚନା ମିଳିଛି । ଗୋଟିଏ ଚିତଲ ବା ଦାଗିତ ହରିଣର ଶିକାର କରିଛନ୍ତି ଚିତା । ଏ ନେଇ ବନ ବିଭାଗ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଶିକାର ପରେ ବିଶେଷଜ୍ଞମାନଙ୍କ ମୁଣ୍ଡରୁ ଏକ ବଡ ଚିନ୍ତା ହଟିଛି ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ଗତ ୫ ତାରିଖରେ ଏହି ଚିତାମାନଙ୍କୁ ଛୋଟ ପିଞ୍ଜରାରୁ ବାହାରୁ କରି ବଡ ପିଞ୍ଜରାରେ ଛଡା ଯାଇଥିଲା । ତେବେ ଏହାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହି ହରିଣର ଶିକାର କରିଛନ୍ତି ଚିତା । ଏ ନେଇ ବନ ବିଭାଗର ଅଧିକାରୀ କହିଛନ୍ତି ଯେ, ରବିବାର ରାତି କିମ୍ବା ସୋମବାର ସକାଳୁ ଚିତା ଏହି ଶିକାର କରିଛନ୍ତି । ଏହାପରେ ମାତ୍ର ୨ଘଣ୍ଟା ମଧ୍ୟରେ ଚିତା ନିଜ ଶିକାରକୁ ଖାଇ ଦେଇଥିବା ବନ ଅଧିକାରୀ କହିଛନ୍ତି । ଏହି ଚିତାମାନଙ୍କୁ ନେଇ ଅନେକ ପ୍ରକାର ଦ୍ୱନ୍ଦ୍ୱରେ ରହିଥିଲେ ବିଶେଷଜ୍ଞ । ଆଫ୍ରିକାରେ ଦାଗିତ ହରିଣ ମିଳିବା ସମ୍ଭବ ହୋଇ ନଥାଏ । ତେଣୁ ଏଭଳି ଜନ୍ତୁମାନଙ୍କୁ ଶିକାର କରିବା ଚିତାମାନଙ୍କ ପାଇଁ କଷ୍ଟକର ଏବଂ ସଂଘର୍ଷପୂର୍ଣ୍ଣ ହେବ ବୋଲି ବିଶେଷଜ୍ଞ ମତ ଦେଇଥିଲେ ।

ପ୍ରଥମେ ସମସ୍ତେ ବିଶ୍ୱାସ କରୁଥିଲେ ଯେ, ଚିତାମାନଙ୍କୁ ଶିକାର କରିବାରେ ସମସ୍ୟା ହେବ । କିନ୍ତୁ ବନ ବିଭାଗ ଏହି ଶିକାର କରି ସବୁ ଦ୍ୱନ୍ଦ୍ୱ ଉପରୁ ପରଦା ଉଠାଇଛନ୍ତି । ୧୯୫୨ ମସିହାରେ ଏହି ପ୍ରଜାତିର ଚିତାଙ୍କୁ ବିଲୁପ୍ତ ଘୋଷଣା କରିଥିଲେ ଭାରତ ସରକାର । ଏହାପରେ ୧୯୭୦ ମସିହାରୁ ଏହି ପ୍ରଜାତିକୁ ପୁଣିଥରେ ଭାରତ ଆଣିବା ପାଇଁ ପ୍ରୟାସ ଜାରି ରହିଛି । ତେବେ ନାମିବିଆ ଭାରତକୁ ମୋଟ ୮ଟି ଚିତା ଦେଇଛି ।

Get real time updates directly on you device, subscribe now.