fbpx

୩୧ରୁ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୧ରୁ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଗତ ୬ ତାରିଖରେ ଦିଲ୍ଲୀ ଗସ୍ତରେ ଯାଇ ୮ରେ ଫେରିଥିଲେ। ତେବେ ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ୩୧ରେ ଦିଲ୍ଲୀ ଯାଇ ସେପ୍ଟେମ୍ବର ୪ରେ ଫେରିବେ। ଏହି ଗସ୍ତ କାଳରେ ସେ କେତେଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଓଡ଼ିଶା ଭବନରେ ଏକ ସମୀକ୍ଷା ବୈଠକରେ ଯୋଗଦେବେ ଏନେଇ ବିଧବଦ୍ଧ ସୂଚନା ମିଳି ନ ଥିଲେ ମଧ୍ୟ ତାଙ୍କ ଗସ୍ତ ନେଇ ସବୁ ପ୍ରକାର ପ୍ରସ୍ତୁତି ସରିଥିବା ଜାଣିବାକୁ ମିଳିଛି।

ତେବେ ଗତକାଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନରେଗା ଯୋଜନାରେ ବକେୟା ଅର୍ଥରାଶି ଦେବାକୁ ନିବେଦନ କରିଥିଲେ। ଯୋଜନାରେ ଶ୍ରମିକଙ୍କୁ ୧୦୦% ଶ୍ରମ ଯୋଗାଯାଇଛି। କୋଭିଡ ସମୟରେ କେନ୍ଦ୍ରରୁ ଟଙ୍କା ଠିକ୍‌ ସମୟରେ ଆସିନଥିଲା। କେନ୍ଦ୍ରରୁ ଆସିଥିବା ଟଙ୍କା ନେଇ ରାଜ୍ୟ ଏକ ପାଣ୍ଠି ଗଠନ କରିଥିଲା । ପାଣ୍ଠିରୁ MGNREAGSରେ ଶ୍ରମିକଙ୍କୁ ପାରିଶ୍ରମିକ ଦିଆଯାଇଛି। କୋରୋନା କାଳରେ ଏହି ଯୋଜନା ଭଲ କାମ କରିଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ।

Get real time updates directly on you device, subscribe now.