fbpx

ଆନ୍ଦୋଳନରୁ ଓହରି ଯିବାକୁ ଡ୍ରାଇଭର ମହାସଂଘକୁ ନିବେଦନ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଡ୍ରାଇଭର ମହାସଂଘର ଆନ୍ଦୋଳନ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଓ ପୋଲିସ୍ ଡିଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗତକାଲି ମୁଖ୍ୟ ଶାସନ ସଚିବ ମଧ୍ୟ ଏହି ପ୍ରସଙ୍ଗରେ ୩ ମାସ ମଧ୍ୟରେ ସମାଧାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ମଧ୍ୟ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ଆଜି ଡ୍ରାଇଭର ମହାସଂଘ ପକ୍ଷରୁ କୁହାଯାଇଛି। ତେଣୁ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଆନ୍ଦୋଳନରୁ ଓହରି ଯିବାକୁ ଡ୍ରାଇଭର ମହାସଂଘକୁ ନିବେଦନ କରିଛନ୍ତି। ଏହା ସହିତ ଏହି ସମୟରେ ଉପସ୍ଥିତ ଥିବା ପୋଲିସ ମହାନିର୍ଦେଶକ ସୁନୀଲ ବଂଶଲ କହିଛନ୍ତି ଯେ ଯଦି ଡ୍ରାଇଭର ମାନେ ଆଇନକୁ ହାତକୁ ନିଅନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

ତେବେ ରାଜ୍ୟରେ ଡ୍ରାଇଭର ମହାସଂଘ ଆନ୍ଦୋଳନ ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ସଂଘ ପକ୍ଷରୁ ୧୦ ଦଫା ଦାବି ଉପସ୍ଥାପନ କରାଯିବା ସହ କୁହାଯାଇଛି, ସେମାନେ ପ୍ରତିଶ୍ରୁତି ନୁହେଁ ବରଂ ଘୋଷଣା ଚାହାନ୍ତି। ଅପରପକ୍ଷରେ ମୁଖ୍ୟ ଶାସନ ସଚିବ ଆନ୍ଦୋଳନରୁ ଓହରି ଯିବାକୁ ଡ୍ରାଇଭର ମହାସଂଘକୁ ନିବେଦନ କରିଛନ୍ତି। ଡ୍ରାଇଭର ସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି।

ଅତ୍ୟାବଶ୍ୟକ ସାମଗ୍ରୀର ସୁପରିବହନ ସୁନିଶ୍ଚିତ କରିବାକୁ ଏହି ଟାସ୍କ ଫୋର୍ସ ଆବଶ୍ୟକ ପଦକ୍ଷେପ ନେବ । ଏଥିସହ ୩ଟି ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‍ ପ୍ରତିଷ୍ଠା କରାଯାଇଛି । ଏହି କମିଟିରେ ପୁଲିସ ମହାନିର୍ଦ୍ଦେଶକ, ଉନ୍ନୟନ ଆୟୁକ୍ତ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ, ଖାଦ୍ୟଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଏବଂ ପରିବହନ ଆୟୁକ୍ତ ସଦସ୍ୟ ଅଛନ୍ତି।

Get real time updates directly on you device, subscribe now.