fbpx
BSKY SKY
BSKY SKY

ନକଲି ସାମ୍ବାଦିକଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସର ଆକ୍ସନ୍ ପ୍ଲାନ୍, ଗାଡ଼ିରେ ପ୍ରେସ୍ ଲେଖି ବୁଲୁଥିଲେ ହୋଇଯାଆନ୍ତୁ ସାବଧାନ

BSKY

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ନକଲି ସାମ୍ବାଦିକଙ୍କ ପାଦୁର୍ଭାବ ଦିନକୁ ଦିନ ବଢୁଥିବା ବେଳେ ସେମାନଙ୍କ ଉପରେନଜର ରଖିବାକୁ ପ୍ରୟାସ ଆରମ୍ଭ କରିବ କମିଶନରେଟ୍‌ ପୋଲିସ । ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ ପ୍ରେସ୍‌ ଲେଖି ବୁଲୁଥିବା ନକଲି ସାମ୍ବାଦିକଙ୍କୁ ସାବାଡ଼ କରିବାକୁ କମିଶନରେଟ୍‌ ଯୋଜନା କରିଛି । ଯେଉଁ ମାନେ ଗାଡ଼ିରେ ପ୍ରେସ୍‌ ଲେଖି ବୁଲୁଛନ୍ତି ସେହି ବ୍ୟକ୍ତିଙ୍କ ଯାଂଚ କରାଯିବା ବୋଲି ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏହା ଦ୍ୱାରା ନକଲି ସାମ୍ବାଦିକ ଠାବ ହୋଇ ପାରିବେ । ଏଥିରେ ସହଯୋଗ କରିବାକୁ ସାମ୍ବାଦିକ ଓ ସାମ୍ବାଦିକ ସଂଘଗୁଡିକୁ କମିଶନର ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.