fbpx

ଆଫଗାନିସ୍ତାନ ଉପରେ ଆମେରିକା ରାଷ୍ଟ୍ରପତିଙ୍କ ସମ୍ବୋଧନ, କହିଲେ – ‘ଆମ ମିଶନ ସଫଳ ହୋଇଛି’

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଆଫଗାନିସ୍ତାନ ଛାଡିଦେଲେ ଆମେରିକୀୟ ସେନା । ତାଲିବାନ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଶେଷ ସମୟ ଧାର୍ଯ୍ୟ କରିଥିବା ବେଳେ ଏହା ପୂର୍ବରୁ ଆମେରିକା ସେନା ଆଫଗାନିସ୍ତାନ ଛାଡିବାକୁ ବାଧ୍ୟ ହୋଇଥିଲେ । ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଦେଶକୁ ସମ୍ବୋଧନ କରି ଆମ ମିଶନ ସଫଳ ହୋଇଛି ବୋଲି କହିଛନ୍ତି ।

ସେ କହିଛନ୍ତି ଯେ, ‘ ମୋର ବିଶ୍ୱାସ ଏହା ସଠିକ ନିଷ୍ପତ୍ତି, ଚତୁର ନିଷ୍ପତ୍ତି ଓ ଶ୍ରେଷ୍ଠ ନିଷ୍ପତ୍ତି । ଯୁଦ୍ଧ ଶେଷ କରିବା ନିଷ୍ପତ୍ତି ନେବାରେ ମୁଁ ଦେଶର ଚତୁର୍ଥ ରାଷ୍ଟ୍ରପତି । ମୁଁ ଦେଶବାସୀଙ୍କୁ ଯୁଦ୍ଧ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲି, ଯାହାକୁ ପାଳନ କରିଛି । ମୁଁ ଏଠି ସ୍ପଷ୍ଟ କରିବାକୁ ଚହେଁ ଆମେରିକାବାସୀ କ୍ଷତି ଚାହାନ୍ତି ନାହିଁ ।’

Get real time updates directly on you device, subscribe now.