ମହାନଦୀକୁ ଡେଇଁଲେ କନେଷ୍ଟବଳ, କଇଁମୁଣ୍ଡି ଥାନାରେ ଥିଲେ କାର୍ଯ୍ୟରତ
ଚାରିଘରିଆ ନିକଟ ମହାନଦୀକୁ ଡେଇଁ ପଡ଼ିଲେ କନେଷ୍ଟବଳ । କଇଁମୁଣ୍ଡି ଥାନାରେ କାର୍ଯ୍ୟରତ ଥିଲେ କନେଷ୍ଟବଳ ପଞ୍ଚାନନ ନାୟକ ।
ବାଙ୍କୀ: ମହାନଦୀକୁ ଡେଇଁ କନେଷ୍ଟବଳ ଗୁରୁତର । ଚାରିଘରିଆ ନିକଟ ମହାନଦୀକୁ ଡେଇଁ ପଡ଼ିଲେ କନେଷ୍ଟବଳ । କଇଁମୁଣ୍ଡି ଥାନାରେ କାର୍ଯ୍ୟରତ ଥିଲେ କନେଷ୍ଟବଳ ପଞ୍ଚାନନ ନାୟକ । ଅଗ୍ନିଶମବାହିନୀ ଦ୍ବାରା ଉଦ୍ଧାର କରାଯାଇ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣା ପଡ଼ିଛି ।
ତେବେ କେଉଁ କାରଣରୁ ସେ ଏଭଳି ପଦକ୍ଷେପ ନେଇଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏବା ତାଙ୍କର ଚିକିତ୍ସା ଚାଲିଛି ।
ସେ ସକାଳ 10ଟାରୁ 11 ଟା ଭିତରେ ଏଭଳି ପଦକ୍ଷେପ ନେଇଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବାହୀନି ଦ୍ବାରା ଉଦ୍ଧାର କରାଯାଇ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ 2 ମାସ ତଳେ କଇଁମୁଣ୍ଡି ଫାଣ୍ଡିରେ ନିଯୁକ୍ତି ହୋଇଥିଲେ ।