fbpx

ମୁମ୍ବାଇରେ ବଢିପାରେ କରୋନା ସଂକ୍ରମଣ: ମୌସୁମୀ ପୂର୍ବରୁ ଚେତାବନୀ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ବଢୁଛି ମହାମାରୀ କରୋନା । ସେପଟେ ମୌସୁମୀର ଆଗମନରେ ସଂକ୍ରମଣ ଆହୁରି ବଢିପାରେ । ଏ ନେଇ ରାଜ୍ୟର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଆଶଙ୍କା କରିଛନ୍ତି । ମେ ୧ ତାରିଖରେ ୧୬୯ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୩୧ ତାରିଖ ବେଳକୁ ଏହା ୭୧୧ରେ ପହଞ୍ଚିଛି । ରାଜ୍ୟରେ ମୋଟ ୯,୩୫୪ଟି କେସ ଆସିଥିବା ବେଳେ କେବଳ ମୁମ୍ବାଇରୁ ହିଁ ୫,୯୮୦ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ କରୋନା ସଂକ୍ରମଣ ଏମିତି ବଢୁଥିବାର ଦେଖି କୋଭିଡ ଅନୁରୂପ ବ୍ୟବହାର ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ତରଫରୁ ପରାମର୍ଶ ଦିଆଯାଇଛି । କରୋନା ମାମଲାରେ ବୃଦ୍ଧି ବିଭିନ୍ନ କାରଣରୁ ହୋଇପାରେ ବୋଲି କହିଛନ୍ତି ସଂକ୍ରାମକ ରୋଗ ବିଶେଷଜ୍ଞ ଡକ୍ଟର ତୃପ୍ତି ଗିଲାଡା । ଅନ୍ୟପକ୍ଷରେ ଟୀକାକରଣ ଅଭିଯାନ ମାନ୍ଦା ହେଉଥିବା ବେଳେ ମହାମାରୀର ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ ବୋଲି ଜଣାଯାଇଛି ।

ସେପଟେ ଡକ୍ଟର ଲକ୍ଷ୍ମଣ ଜେସ୍ାନୀ କହିଛନ୍ତି ଯେ, ନୂଆ ଭାରିଆଣ୍ଟ ଇମ୍ୟୁନ ସିଷ୍ଟମକୁ ପ୍ରଭାବିତ କରି ଲୋକମାନଙ୍କୁ ପୁନଃସଂକ୍ରମିତ କରିଚାଲିଛି । ଯାହାଦ୍ୱାରା କରୋନା ମାମଲା ବୃଦ୍ଧି ହେବାରେ ଲାଗିଛି । ତେବେ ତଥ୍ୟ ଅନୁଯାୟୀ ନୂଆ କରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କୁ କେବଳ କରୋନାର ପ୍ରଥମ ଡୋଜ ଟୀକା ଦିଆଯାଇଛି ।

Get real time updates directly on you device, subscribe now.