fbpx

ଅଙ୍କିତାଙ୍କୁ ଜୀବନ୍ତ ଜାଳି ଦିଆଯିବା ଘଟଣାକୁ ଦେଶ କଦାପି ବରଦାସ୍ତ କରିବ ନାହିଁ, କଠୋର ଶାସ୍ତି ଦାବି କଲେ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଝାଡଖଣ୍ଡରେ ଏକତରଫା ପ୍ରେମରେ ଅଙ୍କିତାଙ୍କୁ ଜୀବନ୍ତ ଜାଳି ଦିଆଯିବା ଘଟଣାକୁ ନେଇ କ୍ଷୁବ୍ଧ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ଏହି ଘଟଣାରେ ହତ୍ୟାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାଷ୍ଠାନ ଦାବି କରିଛନ୍ତି ଆପର ରାଷ୍ଟ୍ରୀୟ ସଂଯୋଜକ। କେଜ୍ରିଓ୍ଵାଲ କହିଛନ୍ତି ଏହି ଧରଣର ଜଘନ୍ୟ ଅପରାଧକୁ ଦେଶ କେବେ ବି ସ୍ଵୀକାର କରିବ ନାହିଁ କି ବରଦାସ୍ତ କରିବ ନାହିଁ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଝାଡଖଣ୍ଡରେ ଛାତ୍ରୀ ଅଙ୍କିତା ସିଂହଙ୍କ ହତ୍ୟାକାରୀଙ୍କୁ କଠୋର ଶାସ୍ତି ମିଳିବା ଉଚିତ୍। ଏହି ଧରଣର ଜଘନ୍ୟ ଅପରାଧକୁ ଦେଶ କଦାପି ସ୍ଵୀକାର କରିବ ନାହିଁ। ଘଟଣାର ନିରପେକ୍ଷ ତଦନ୍ତ କରାଯାଉ, ଯଦ୍ଵାରା ମୃତକ ଏବଂ ତାଙ୍କ ପରିଜନଙ୍କୁ ଯଥା ଶୀଘ୍ର ନ୍ୟାୟ ମିଳି ପାରିବ।

ଝାଡଖଣ୍ଡର ଦୁମକାରେ ଅଗଷ୍ଟ ୨୩ରେ ଅଙ୍କିତାଙ୍କୁ ଶାହରୁଖ ନାମକ ଜଣେ ଯୁବକ ନିଜ ବନ୍ଧୁ ଛୋଟୁ ଖାନ ସହ ମିଶି ଜୀବନ୍ତ ଜାଳି ଦେଇଥିଲା। ଅନେକ ଦିନ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରିବା ପରେ  ଅଗଷ୍ଟ ୨୭ରେ ଶେଷ  ନିଃଶ୍ଵାସ ତ୍ୟାଗ କରିଥିଲେ ଅଙ୍କିତା। ଘଟଣାକୁ ନେଇ ଦୁମକା ସମେତ ପୂରା ଝାଡଖଣ୍ଡରେ ଆକ୍ରୋଶର ମାହୋଲ ଦେଖିବାକୁ ମିଳିଛି। ତିନି ଦିନ ଧରି ଦୁମକା ସଂପୂର୍ଣ୍ଣ ବନ୍ଦ ରହିଥିଲା। ପ୍ରଶାସନ ଉକ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଛନ୍ତି।

ଚାରିଆଡେ ଶାହରୁଖ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଦାବି କରାଯାଉଛି। ପୁଲିସ୍ ଅଧିକାରୀ ନୂର ମୁସ୍ତଫା ଅଭିଯୁକ୍ତର ପକ୍ଷ ନେବା ଅଭିଯୋଗ ଉଠିବା ପରେ ରାଜନୀତି ସରଗରମ ହୋଇ ଉଠିଛି। ଏସଡିପିଓ ନୂର ମୁସ୍ତଫାଙ୍କୁ ତଦନ୍ତ ଦାୟିତ୍ଵରୁ ହଟାଇ ଦେଇଛନ୍ତି। ଘଟଣାର ତଦନ୍ତ ପାଇଁ ପୁଲିସ ଏସଆଇଟିର ଗଠନ କରିଛି। କେସର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ।

 

Get real time updates directly on you device, subscribe now.