fbpx

ହାଡ ଉପରେ ପ୍ରଭାବ ପକାଉଛି କରୋନା ଭାଇରସ: ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀକୁ ନେଇ ଲୋକଙ୍କ ମନରେ ଭୟ ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନର ରିପୋର୍ଟ ପୁଣି ଥରେ ଲୋକଙ୍କ ଭୟକୁ ଫେରାଇ ଆଣିପାରେ । ସଂକ୍ରମଣରୁ ସୁସ୍ଥ ହେବା ପରେ ଏହା ମଣିଷର ହାଡ ଉପରେ ଖୁବ ପ୍ରଭାବ ପକାଉଥିବା ଜାଣିବାକୁ ମିଳିଛି । ନେଚର କମ୍ୟୁନିକେସନ୍ସରେ ପ୍ରକାଶିତ ଅଧ୍ୟୟନ ଏ ନେଇ ସମସ୍ତ ସୂଚନା ଦେଇଛି ।

ଫୁସଫୁସ ବ୍ୟତୀତ ଦୀର୍ଘ ସମୟ ଦରି କରୋନାରେ ଆକ୍ରାନ୍ତ ହୋଇ ରହିଥିବା ବ୍ୟକ୍ତିମାନଙ୍କ ଦେହର ବିଭିନ୍ନ ଅଂଶରେ ଏହି ସମସ୍ୟା ଦେଖାଦେଇଥାଏ । କୋଭିଡ ମହାମାରୀର ଏହି ଭାଇରସ ହାଡକୁ ଅଧିକ ପରିମାଣରେ କ୍ଷତି ଘଟାଇପାରେ ବୋଲି କହିଛନ୍ତି ଗବେଷକ । ଏହାପୂର୍ବରୁ ମଧ୍ୟ ଏନେଇ ଡାକ୍ତରମାନେ ପ୍ରକାଶ କରି ସାରିଛନ୍ତି । କୋଭିଡ-୧୯ରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ନିକଟରେ ଗଣ୍ଠି ଯନ୍ତ୍ରଣା, ହାଡରେ ଦୁର୍ବଳତା, କ୍ୟାଲସିୟମର ଅଭାବ, ହାତ ଏବଂ ପାଦରେ ଯନ୍ତ୍ରଣା ଅନୁଭବ କରିବା ଭଳି ବିଭିନ୍ନ ସମସ୍ୟା ରହୁଥିବା ଜାଣିବାକୁ ମିଳିଥିଲା । ତେବେ ଗତ ଦେଢରୁ ଦୁଇ ବର୍ଷ ମଧ୍ୟ ହାଡରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ତେବେ କରୋନା ସଂକ୍ରମଣ ହେବାର ୨ ସପ୍ତାହ ଭିତରେ ହାଡର ଡେନସିଟି କମିବାରେ ଲାଗିଥାଏ ।

ତେବେ ହାଡର ଡେନସିଟି କମ ହେବା ଫଳରେ ହାଡ ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା ବଢିଯାଇଥାଏ । କରୋନାରୁ ସୁସ୍ଥ ହେବା ପରେ ଏବେ ହାଡ ରୋଗ ବିଶେଷଜ୍ଞଙ୍କ ସହ ମଧ୍ୟ ଏ ନେଇ ଆଲୋଚନା କରାଯାଉଛି । ଏସବୁ ଲକ୍ଷଣ ସମ୍ପର୍କରେ ଜାଣିବା ପାଇଁ ଏହାର ଟେଷ୍ଟିଂ କରାଯିବା ନିହାତି ଆବଶ୍ୟକ ହୋଇଛି । କେବଳ ସେତିକି ନୁହେଁ, କରୋନାରୁ ସୁସ୍ଥ ହେବା ପରେ ବିଭିନ୍ନ ସ୍ୱସ୍ଥ୍ୟ ସମସ୍ୟାର ଶିକାର ହେଉଛନ୍ତି ଆକ୍ରାନ୍ତ । ଏହାକୁ ପୋଷ୍ଟ କୋଭିଡ ଲକ୍ଷଣ ମଧ୍ୟ କୁହାଯାଉଛି ।

Get real time updates directly on you device, subscribe now.