ଏବେ ୫୦୦୦ରୁ ଅଧିକ ଟଙ୍କା ଉଠାଇ ପାରିବେନି ଏହି ବ୍ୟାଙ୍କର ଅକାଉଣ୍ଟଧାରୀ: ବ୍ୟାନ କଲା RBI

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର କାର୍ଯ୍ୟାନୁଷ୍ଠାନ ତାଲିକାରେ ଆସିଛି ଆଉ ଏକ ବ୍ୟାଙ୍କ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଆଉ ଏକ ବ୍ୟାଙ୍କ ଉପରେ କଟକଣା ଲଗାଇଛି RBI । ସ୍ଥିତିରେ ସୁଧାର ଆଣିବା ପାଇଁ ଶୁଶ୍ରୁତି ସହାର୍ଦା ସହକାରା ବ୍ୟାଙ୍କ ନିୟମିତା ଉପରେ RBIର କଟକଣା ଲାଗୁ ହୋଇଛି । ଏହି ବ୍ୟାଙ୍କରେ ଥିବା ଗ୍ରାହକମାନଙ୍କ ଟଙ୍କା ଉଠାଣରେ କିଛିଟା ପରିବର୍ତ୍ତନ କରାଯାଇଛି । ଗ୍ରାହକମାନେ ଏଣିକି ୫୦୦୦ ଟଙ୍କାରୁ ଅଧିକ କ୍ୟାସ ଉଠାଇପାରିବେ ନାହିଁ ।

ତେବେ ଏହି କଟକଣା ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ କରାଯିବ । ଗତକାଲି ଏକ ବିଜ୍ଞପ୍ତି ଜରିଆରେ ବ୍ୟାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ନେଇ ନିର୍ଦ୍ଦେଶ ଦେଇଛନ୍ତି RBI । ଗ୍ରାହକମାନଙ୍କ ପାଇଁ ଏହି କଟକଣା ଏପ୍ରିଲ ୭, ୨୦୨୨ ତାରିଖରୁ ଆରମ୍ଭ ହୋଇ ପରବର୍ତ୍ତୀ ୬ ମାସ ପର୍ଯ୍ୟନ୍ତ ଲାଗୁ ରହିବ । ତେବେ ଏହାପରେ ସ୍ଥିତି ସମୀକ୍ଷା କରିବା ପରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । କେବଳ ସେତିକି ନୁହେଁ, ସେଣ୍ଟାଲ ବ୍ୟାଙ୍କର ବିନା ଅନୁମତିରେ ଶୁଶ୍ରୁତି ସୌହାର୍ଦା ସହକାରା ବ୍ୟାଙ୍କ ନିୟମିତା କୌଣସି ଲୋନ ଦେଇ ପାରିବ ନାହିଁ କିମ୍ବା କୌଣସି ଲୋନର ରିନ୍ୟୁ ମଧ୍ୟ କରିପାରିବ ନାହିଁ । ଏହା ବ୍ୟତୀତ ଅନ୍ୟାନ୍ୟ ଟ୍ରାଞ୍ଜାକ୍ସନ ପାଇଁ RBIର ଅନୁମତି ନେବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ନିୟମର ଅର୍ଥ ବ୍ୟାଙ୍କର ଲାଇସେନ୍ସ କ୍ୟାନ୍ସେଲ କରାଯାଇନାହିଁ । ବ୍ୟାଙ୍କରେ ଦେଖାଦେଇଥିବା ଆର୍ଥିକ ସମସ୍ୟାର ସମାଧାନ ପରେ ଏହି ସବୁ କଟକଣା କୋହଳ ହୋଇପାରେ ।