fbpx

ବଦଳିଗଲା ସମୟ ଚକ୍ର: ଦିନେ ତାଚ୍ଛଲ୍ୟ କରିଥିଲେ ଚର୍ଚିଲ୍, ଆଜି ଭାରତୀୟ ବଂଶୋଦ୍ଭବ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ବଂଶୋଧବ ରିଷି ସୁନକ ହେଲେ ଗ୍ରେଟ ବ୍ରିଟେନ ର ନୂତନ ପ୍ରଧାନମନ୍ତ୍ରୀ। ଦିନଥିଲା ବ୍ରିଟିଶ ଭାରତ କୁ ଶାସନ କରୁଥିଲେ, ଆଜି ଜଣେ ଭାରତୀୟ ମୂଳ ନିବାସୀ ଯିଏ ନିଜକୁ ସନାତନୀ ହିନ୍ଦୁ ଭାବରେ ଗର୍ବିତ କରନ୍ତି ସେ ଏବେ ବ୍ରିଟିଶ ଙ୍କୁ ଶାସନ କରିବେ। ତେବେ ରୁଷି ସୁନକ ମୂଳ ଭାରତୀୟ ହୋଇଥିବାରୁ ଭାରତରେ ଏହି ଖବରକୁ ନେଇ ଜୋରସୋରରେ ଆଲୋଚନା ଚାଲିଛି।

ଏହି ବିଷୟକୁ ନେଇ ଆନନ୍ଦ ମହିନ୍ଦ୍ରା, ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍ ବ୍ରିଟିଶ ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚିଲଙ୍କ ଭାରତୀୟ ନେତାଙ୍କ ଉପରେ କିଛି ଶବ୍ଦକୁ ମନେ ପକାଇଛନ୍ତି। ୧୯୪୭ ମସିହାରେ ଭାରତୀୟ ସ୍ୱାଧୀନତା ସପକ୍ଷରେ ୱିନଷ୍ଟନ୍ ଚର୍ଚିଲ୍ ଅନୁମାନ କରିଥିଲେ ଯେ “… ସମସ୍ତ ଭାରତୀୟ ନେତା କମ୍ କ୍ୟାଲେବର୍ ଏବଂ ନଡ଼ା ପୁରୁଷ ଅଟନ୍ତି।” ତେବେ ଆଜି ଭାରତ ସ୍ୱାଧୀନତାର ୭୫ ତମ ବର୍ଷରେ ଥିବା ବେଳେ ଜଣେ ଭାରତୀୟ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ଅଭିଷିକ୍ତ ହେବାକୁ ଯାଉଛନ୍ତି। ରୁଷି ସୁନକ କଂଜରଭେଟିବ ପାର୍ଟିର ନେତା ଏବଂ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ – ଚଳିତ ବର୍ଷ ତୃତୀୟ ଏବଂ ଗତ ୨୦୦ ବର୍ଷ ମଧ୍ୟରେ କନିଷ୍ଠ ବ୍ୟକ୍ତି ଭାବରେ ସେ ଶପଥ ନେବେ।

 

Get real time updates directly on you device, subscribe now.