fbpx

ଆଜି ଘୋଷଣା ହେବ ସାଧାରଣ ନିର୍ବାଚନର ତାରିଖ: ୭ଟି ପର୍ଯ୍ୟାୟରେ ହେବ ଭୋଟିଂ!

Advertisement

ନୂଆଦିଲ୍ଲୀ: ଆଜି ଦେଶରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ଇଲେକ୍ସନ କମିସନ୍ । ନୂଆ ଦୁଇ ଜଣ ଅଧିକାରୀ ନିର୍ବାଚନ କମିସନ୍ ଭାବରେ ଦାୟିତ୍ୱ ନେବା ମାତ୍ରେ ନିର୍ବାଚନ ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ଏହି ସମୟରେ ଲୋକସଭାନିର୍ବାଚନ ସମେତ ୪ଟି ରାଜ୍ୟର ବିଧାନସଭା ଆସନ ପାଇଁ ତାରିଖ ଘୋଷଣା କରିବେ । ତେବେ ଚଳିବର୍ଷ ମଧ୍ୟ ପ୍ରାୟତଃ ଗତ ନିର୍ବାଚନ ଭଳି ଫର୍ମାଟରେ ଅନୁଷ୍ଠିତ ହେବ ବୋଲି ଅନୁମାନ କରାଯାଉଛି । ୨୦୧୯ ମସିହାରେ ନିର୍ବାଚନ ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇପାରେ ।

ଚଳିତବର୍ଷ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଉତ୍ତର ପ୍ରଦେଶ,ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଆଦି ରାଜ୍ୟରେ ନିର୍ବାଚନ ହୋଇପାରେ । ସେହିପରି ରାଜଧାନୀ ଦିଲ୍ଲୀରେ ଚଳିତବର୍ଷ ନିବାଚନା ତୃତୀୟ କିମ୍ବା ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ଆକଳନ କରାଯାଉଛି । ୨୦୧୯ ମସିହାରେ ରାଜଧାନୀ ଦିଲ୍ଲୀରେ ଷଷ୍ଠ ପର୍ଯ୍ୟାୟରେ ମତଦାନ କରାଯାଇଥିଲା । ନିର୍ବାଚନ କମିସନ୍ ଭାବେ ନିଯୁକ୍ତି ପାଇଥିବା ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସନ୍ଧୁ ଗତକାଲି ନିଜ ପଦବୀ ହାତକୁ ନେଇଛନ୍ତି । ଏହାପରେ ସେ ଆସନ୍ତା ନିର୍ବାଚନ ପାଇଁ ତାରିଖ ଘୋଷଣା ନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ଲୋକସଭା ନିର୍ବାଚନ ସମେତ କିଛି ରାଜ୍ୟର ବିଧାନସଭା ନିର୍ବାଚନ କାର୍ଯ୍ୟକ୍ରମ ମଧ୍ୟ ଘୋଷଣା କରିବା ନେଇ ସୂଚନା ଦିଆଯାଇଛି । ଏଥିରେ ଓଡ଼ିଶା ସମେତ, ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ଏବଂ ସିକ୍କିମ ବିଧାନସଭା ଇତ୍ୟାଦି ସାମିଲ ରହିଛି । ତେବେ ଏହାବ୍ୟତୀତ ଜମ୍ମୁ-କାଶ୍ମୀରର ଇଲେକ୍ସନ ମଧ୍ୟ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.