fbpx

ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ, ପୁରୀ ଠାରୁ ୧୧୦ କିମି ଦୂରରେ

ଭୁବନେଶ୍ୱର: ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା ଅବପାତ। ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଗଭୀର ଅବପାତ। ଗତ ୬ ଘଣ୍ଟା ହେଲା ୭କିମି ବେଗରେ ଗତି କରୁଛି ଏହି ଗଭୀର ଅବପାତ। ବର୍ତ୍ତମାନ ଏହା ପୁରୀଠାରୁ ୧୧୦ କିମି ଦୂରରେ ରହିଛି। ଗୋପାଳପୁରରୁ ୧୫୦, ପାରାଦ୍ୱୀପରୁ ୧୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ମଧ୍ୟାହ୍ନରେ ପୁରୀ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି।

ଗତକାଲି ବଙ୍ଗୋପସାଗରରେ ଅବପାତର ରୂପ ନେଇଥିଲା ଲଘୁଚାପ। ଗୋପାଳପୁରଠାରୁ ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଥିଲା। ପାରାଦ୍ୱୀପଠୁ ୨୯୦, ଦୀଘାଠୁ ୪୧୦ କିମି ଦୂରରେ ଅବସ୍ଥିତ ଥିଲା ଏହି ଅବପାତ। ତେବେ ଏହି ପ୍ରଭାବରେ ୧୧ ତାରିଖ ଯାଏଁ ଲାଗିରହିବ ବର୍ଷା।

Get real time updates directly on you device, subscribe now.