ଦୁର୍ଗାପୂଜା ଭସାଣୀରେ ବାଜିବନି ଡିଜେ, ବାଣ ଓ ଲେଜର ଲାଇଟ୍ ଉପରେ ମଧ୍ୟ ଲାଗିଲା କଟକଣା
ଲେଜର ଲାଇଟ୍ ଓ ବାଣ ଉପରେ ମଧ୍ୟ ଲାଗିଲା କଟକଣା।
ଭୁବନେଶ୍ୱର: ପାଖେଇ ଆସୁଛି ମା ମହିଷାମର୍ଦ୍ଦିନୀଙ୍କର ପ୍ରସିଦ୍ଧ ଦୁର୍ଗାପୂଜା। ଏଥିପାଇଁ ସଜେଇ ହେଲାଣି ଗାଁ-ସହର। ବନ୍ଧା ଗଲାଣି ତୋରଣ। ହେଲେ ପୂଜା ଆରମ୍ଭରୁ ଆସିଛି ବଡ଼ ସୂଚନା। ଏଥର ଦୁର୍ଗାପୂଜା ଭସାଣୀରେ ବାଜିବନି ଡିଜେ।
ବିଶେଷ କରି ଏହି ନିୟମ ଏବେ ଭୁବନେଶ୍ୱର ପାଇଁ ଲାଗୁ ହୋଇଛି। ଭୁବନେଶ୍ୱରରେ ଦୁର୍ଗା ପୂଜା ଭସାଣୀରେ ଡିଜେ ସମ୍ପୂର୍ଣ୍ଣ ବନ୍ଦ ବୋଲି ନିଷ୍ପତ୍ତି ନିଆଯାଇଛି।
କେବଳ ଡିଜେ ନୁହେଁ ଭସାଣୀରେ ଲେଜର ଲାଇଟ୍ ଓ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। କେବଳ ପାରମ୍ପରିକ ବାଜାରେ ମା’ଙ୍କ ଭସାଣୀ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ପୋଲିସ ସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।