ବ୍ୟାଙ୍କ ଚାକିରିରେ ଜାଲିଆତି, ଫେକ୍ ସାର୍ଟିଫିକେଟ ପାଇଁ କର୍ମଚାରୀ ନିଲମ୍ବିତ
ନକଲି ସାର୍ଟିଫିକେଟ ଦେଇ କରିଥିଲେ ବ୍ୟାଙ୍କରେ ଚାକିରି, ନିଲମ୍ବିତ ହେଲେ କର୍ମଚାରୀ
ନୂଆଦିଲ୍ଲୀ: ନକଲି ସାର୍ଟିଫିକେଟ ଦେଇ ବ୍ୟାଙ୍କରେ କରିଥିଲେ ଚାକିରି। ସତ ସାମ୍ନାକୁ ଆସିବା ପରେ ନିଲମ୍ବିତ ହେଲେ କର୍ମଚାରୀ। ଏହି କର୍ମଚାରୀଜଣକ ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବରଗଡ଼ ମୁଖ୍ୟ ଶାଖାରେ ଚାକିରି କରୁଥିଲେ।
ସୂଚନାନୁଯାୟୀ, ଯାଞ୍ଚକାରୀ ଟିମ୍ ତଦନ୍ତ ଚଳାଉଥିବା ବେଳେ ସାମ୍ନାକୁ ଆସିଛି ସତ। ମୁଖ୍ୟଶାଖାରେ ଧରପଗଡ଼ ପରେ ସାମ୍ନାକୁ ଆସିଲା ସତ। ଅନ୍ୟ ୧୭୪ ଜଣ କର୍ମଚାରିଙ୍କର ସାର୍ଟିଫିକେଟର ଯାଞ୍ଚ ଚାଲିଛି। ସାର୍ଟିଫିକେଟ ଯାଞ୍ଚ କରିବା ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇଛି।