ମନ୍ଦିର ପରିସରରୁ ମିଳିଲା ନକଲି ରୂପା ଇଟା, ଦାନ କରିଥିଲେ ଏହି ବ୍ୟକ୍ତି

ଜୟୀପୁର: ରାଜସ୍ଥାନ ନାଗୌର ଜିଲ୍ଲାର ଖରନାଲରେ ବୀର ତେଜାଜୀଙ୍କ ଜନ୍ମସ୍ଥଳୀ । ସେଠାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ଅଚାନକ କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଥିଲା । ଏହି ମନ୍ଦିରରେ ଦାନ କରାଯାଇଥିବା ଚାନ୍ଦି ଇଟା ନକଲି ବାହାରିଲା । ହରିୟାଣାର ଜେଜେପି ଦଳର ଅଧ୍ୟକ୍ଷ ଏହି ରୂପା ଇଟା ଦାନ କରିଥିଲେ ।

ସୂଚନା ଅନୁସାରେ, ଅଜୟ ଚୌଟାଲା ତେଜାବୀର ମନ୍ଦିର କାର୍ଯ୍ୟ ଆରମ୍ଭ ବେଳେ ଏକ ଚାନ୍ଦି ଇଟା ମନ୍ଦିରକୁ ଦାନ କରିଥିଲେ । ବର୍ତ୍ତମାନ ମୂଳଦୂଆରେ ଦିଆଯାଇଥିବା ଏହି ଇଟା ନକଲି ବୋଲି ପ୍ରମାଣ ହୋଇସାରିଛି । ଏହି ଖବର ସାରା ଗ୍ରାମବାସୀଙ୍କ ନିକଟରେ ପହଁଚିସାରିଛି । ଏହାସହ ଚୌଟାଲା ପରିବାରକୁ ମଧ୍ୟ ଏହି ସଂପର୍କରେ ଅବଗତ କାରଯାଇଛି । ଏହାପରେ ଅଜୟ ଚୌଟାଲା କହିଛନ୍ତି ଯଦି ନକଲି ଇଟା ବାହାରିଛି ତେବେ ଅନ୍ୟ ଏକ ଅସଲି ରୂପା ଇଟା ସେଠାରେ ସ୍ଥାପନ କରାଯିବ ।

ହରିଆଣାର ଏହି ଚୌଟାଲା ପରିବାର ଏକ ବଡ ରାଜନୈତିକ ପରିବାର । ସେମାନେ ଏହି ମନ୍ଦିର ନିର୍ମାଣ ପାଇଁ ବଡ ଆକାରରେ ଟଙ୍କା ମଧ୍ୟ ଦାନ କରିଛନ୍ତି । ୧୬ ଫେବୃଆରୀ ଦିନ ଯେତେବେଳେ ଜେସିବି ଖୋଳୁ ଖୋଳୁ ଏହି ଇଟାର ଏକ କୋଣ ଭାଙ୍ଗିଗଲା ସେତେବେଳେ ସଂପୂର୍ଣ୍ଣ ମାମଲା ସାମ୍ନାକୁ ଆସିଥିଲା । ସେହି ଇଟାର ଉପରିସ୍ତର ଚାନ୍ଦି ଥିବା ବେଳେ ଭିତରସ୍ତର କେବଳ କାଚରେ ଭରପୂର ଥିଲା । ଏହା ଦେଖିବା ପରେ ସମସ୍ତଙ୍କ ହୋସ ଉଡିଯାଇଛି ।

ତେବେ ମନ୍ଦିର କମିଟି ସଦସ୍ୟ ଏହା କହିଛନ୍ତି ଯେ, ଚୌଟାଲା ପରିବାର ଯଦି ମନ୍ଦିର ନିର୍ମାଣ ପାଇଁ ଏତେ ଟଙ୍କା ଦାନ କରିଛନ୍ତି ତେବେ ସେ ଏପରି ନକଲି ଇଟା କଣ ପାଇଁ ଦେବେ । କୁହାଯାଉଛି ଯେ, ସେ ଯାହାକୁ ଏହି ରୂପା ଇଟା ବନେଇବା ପାଇଁ ଦେଇଥିଲେ ସେ ତାଙ୍କୁ ଠକି ଦେଇଛି । ସେ ମନ୍ଦିର ନିର୍ମାଣ ପାଇଁ ୬କୋଟି ଟଙ୍କା ଦାନ କରିଦେଇଛନ୍ତି । ତେବେ ନକଲି ଇଟାକୁ ନେଇ ଅଜୟ ଚୌଟାଲା କହିଛନ୍ତି ଯେ, ପୂର୍ଣ୍ଣବାର ଅନ୍ୟ ଏକ ଅସଲି ଚାନ୍ଦୀ ଇଟା ଦିଆଯିବ ।