fbpx

ଆଜି ଶେଷ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର: ୧୯ ତାରିଖରେ ହେବ ମତଦାନ

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରେ ଆରମ୍ଭ ହେବାକୁ ଯାଉଛି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଗତ କିଛି ଦିନରୁ ଜୋରଦାର ପ୍ରଚାର ଜାରି ରଖିଥିଲେ ପ୍ରାର୍ଥୀ ଏବଂ ରାଜନୈତିକ ଦଳ । କିନ୍ତୁ ଆଜିଠାରୁ ଏହି ପ୍ରଥମ ପର୍ଯ୍ୟାୟ ପ୍ରଚାର ଅଭିଯାନର ଶେଷ ଦିନ । ୨ ଦିନ ପରେ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ଥିବାରୁ କାଲିଠାରୁ ପ୍ରଚାର କରିପାରିବେନି ପ୍ରାର୍ଥୀ । ଅର୍ଥାତ୍ ଆଜି ନିର୍ବାଚନୀ ପ୍ରଚାର ପାଇଁ ଶେଷ ସୁଯୋଗ ରହିଛି । ଶେଷ ଦିନରେ ଯଥାସମ୍ଭବ ଜନତାଙ୍କୁ ନିଜର କରି ଭୋଟ ପାଇଁ ଅନୁରୋଧ କରୁଛନ୍ତି ନେତା ମନ୍ତ୍ରୀ ତଥା ସମର୍ଥକ ।

ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ମତଦାନ ହେବାକୁ ଥିବା ବେଳେ ଏଥିପାଇଁ ଆଜିଠାରୁ ପ୍ରଚାର କାର୍ଯ୍ୟ ଶେଷ ହେଉଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁର ସମସ୍ତ ୩୯ଟି ଆସନ ପାଇଁ ଭୋଟଗ୍ରହଣ କରାଯିବ । ତେବେ ପ୍ରଚାରର ଶେଷ ଦିନରେ ଜନତାଙ୍କୁ ଭୋଟ ମାଗିବା ପାଇଁ ନିଜ ନିଜ ନିର୍ବାଚନ କ୍ଷେତ୍ରରେ ପହଞ୍ଚିଛନ୍ତି ପ୍ରାର୍ଥୀ ।

Get real time updates directly on you device, subscribe now.