fbpx

ଝାଡ଼ଖଣ୍ଡରେ ଜମି ଦୁର୍ନୀତି ମାମଲାରେ EDର ବଡ଼ ଆକ୍ସନ, JMM ନେତାଙ୍କ ସମେତ ୪ ଜଣ ଗିରଫ

ରାଞ୍ଚି: ଝାଡ଼ଖଣ୍ଡ ଜମି ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ୪ ଜଣଙ୍କୁ ଗିରଫ କରିଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM )ର ନେତା ଅନ୍ତୁ ତିର୍କୀଙ୍କ ସମେତ ଅନ୍ୟ ସହଯୋଗୀ ଯଥା ପ୍ରିୟରଞ୍ଜନ ସହାୟ, ରିଅଲ ଇଷ୍ଟେଟ୍ ବ୍ୟବସାୟୀ ବିପିନ ସିଂହ ଏବଂ ଇରଶାଦଙ୍କୁ ଗିରଫ କରିଛି ED । ମଙ୍ଗଳବାର ସେମାନଙ୍କ ସମସ୍ତ ଆଡ୍ଡାରେ ଚଢ଼ାଉ କରାଯାଇଥିଲା । ଏହା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ରାଞ୍ଚି ସ୍ଥିତ ED କାର୍ଯ୍ୟାଳୟକୁ ଅଣାଯାଇଥିଲା । ଏନେଇ ଏଏନ୍‌ଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

କହିରଖୁଛୁ ପୂର୍ବରୁ ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାନୁଆରୀରେ ED ଗିରଫ କରିଥିଲା । ଏହି ଦୁର୍ନୀତି ମାମଲାରେ ED ମଙ୍ଗଳବାର ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଏହି ବ୍ୟକ୍ତି ହେଉଛନ୍ତି ଅଫସାର ଅଲି । ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ସେ ନ୍ୟାୟିକ ହେପାଜତରେ ଥିଲେ । କୋର୍ଟଙ୍କ ଠାରୁ ଅନୁମତି ନେବା ପରେ ED ତାଙ୍କୁ ଗିରଫ କରିଥିଲା ।

 

Get real time updates directly on you device, subscribe now.